Covid19 Odisha Today: ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ, ଆଜି ୧୧୨୨ ଚିହ୍ନଟ
ଭୁବନେଶ୍ଵର: Covid19 Odisha today ଓଡ଼ିଶାରେ ବର୍ତ୍ତମାନ ପୁଣି କୋଭିଡ ସଂକ୍ରମଣ (Covid-19)ବଢିଛି। ରାଜ୍ୟରେ ହଜାରେ ତଳକୁ ରହୁଥିଲା ଦୈନିକ କରୋନା ସଂକ୍ରମଣ। ଗତକାଲି ରାଜ୍ୟରୁ ୯୪୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ବୁଧବାର ୧୧୨୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୬୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୬୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୬୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି କରୋନା ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୦୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୧୨ଜଣ, ବରଗଡ଼ରୁ ୮ଜଣ, ଭଦ୍ରକରୁ ୧୨ଜଣ, ବଲାଙ୍ଗୀରିରୁ ୧୨ଜଣ, ବୌଦରୁ ୬ଜଣ, କଟକରୁ ୧୩୨ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୭ଜଣ, ଢେଙ୍କାନାଳରୁ ୨ଜଣ, ଗଜପତିରୁ ୧୧ଜଣ, ଗଞ୍ଜାମରୁ ୨ଜଣ, ଜଗତସିଂପୁରରୁ ୨୦ଜଣ, ଯାଜପୁରରୁ ୨୬ଜଣ, ଝାରସୁଗୁଡାରୁ ୨୫ଜଣ, କଳାହାଣ୍ଡିରୁ ୧୩ଜଣ, କନ୍ଧମାଳରୁ ୩ଜଣ, କେନ୍ଦ୍ରାପଡ଼ାରୁ ୧୧ଜଣ, କୋରାପୁଟରୁ ୬ଜଣ, ମୟୁରଭଞ୍ଜରୁ ୫୩ଜଣ, ନୟାଗଡରୁ ୧୪ଜଣ, ନୂଆପଡ଼ାରୁ ୧୩ଜଣ, ପୁରୀରୁ ୨୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୧୦ଜଣ, ସମ୍ବଲପୁରରୁ ୬୫ଜଣ, ସୋନପୁରରୁ ୪୨ଜଣ, ସୁନ୍ଦରଗଡରୁ ୧୯୭ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୭୧ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୪ଲକ୍ଷ ୧୦ହଜାର ୮୪୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୧୯ ହଜାର ୯୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭୩୭ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୮୬ହଜାର ୧୧୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୭୦୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।