Balangiri News: ଛାତ୍ରୀମାନଙ୍କୁ ବସ୍‍ଉଠ୍‍ ଘଟଣାର ନୂଆମୋଡ଼; ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

Share this:

ବଲାଙ୍ଗିର: Balangiri School News ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ସୁନାମୁଦି ହାଇସ୍କୁଲରେ ୬ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବାରୁ ସେମାନଙ୍କୁ ପାଟଣାଗଡ଼ ସବଡିଭିଜନ ହସ୍ପିଟାଲରେ ଭର୍ତି କରାଯାଇଛି। ଏହି ଘଟଣାରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗୋଷ୍ଠି ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ଏହି ତଦନ୍ତ କରିବେ।

ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ସୁନାମୁଦି ବାପୁଜୀ ହାଇସ୍କୁଲରେ ସୋମବାର ସକାଳେ ସ୍କୁଲରେ କିଛି ଛାତ୍ରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସବୁଦିନ ପରି ଛାତ୍ରୀମାନେ ସ୍କୁଲକୁ ଆସିଥିଲେ। ପ୍ରାର୍ଥନା ସଭାରେ ବିଳମ୍ବରେ ଆସିବା ଯୋଗୁଁ ସ୍କୁଲ ଶିକ୍ଷକ ସେମାନଙ୍କୁ ୧୦୦ ଥର ଲେଖାଏ କାନ ଧରି ବସ୍‍ଉଠ୍‍ କରାଇଥିଲେ। ଫଳରେ ସେମାନେ ଅସୁସ୍ଥ ହୋଇପଡିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ତୁରନ୍ତ ଅଭିଭାବକମାନେ ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ଏନେଇ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାର ତଦନ୍ତ ସହ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।

Read Also | Covid19 Odisha: ଆଜି ଓଡିଶାରୁ ଆଉ ୧୨ କୋଭିଡ ପଜିଟିଭ ଚିହ୍ନଟ

Share this: