Odisha:ଆଜି ରାଜ୍ୟରୁ ନୂଆ ୩୪୦୮ ଜଣ Covid ପଜିଟିଭ ଚିହ୍ନଟ,ମୋଟ ୯ ଲକ୍ଷ ପାର

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି କରୋନା ସଂକ୍ରମିତଙ୍କ (Coronavirus) ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୩ ହଜାର ୪୦୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୯୪୩  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୪୬୫ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୫୮୨ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୯୩ଜଣ, ବାଲେଶ୍ଵରରୁ ୨୯୧ଜଣ, ବରଗଡ଼ରୁ ୨୪ଜଣ, ଭଦ୍ରକରୁ ୧୬୯ଜଣ, ବଲାଙ୍ଗୀରିରୁ ୨୨ଜଣ, ବୌଦ୍ଧରୁ ୨୮ଜଣ, କଟକରୁ ୫୫୩ଜଣ, ଦେଓଗଡ଼ରୁ ୪ଜଣ, ଢେଙ୍କାନାଳରୁ ୭୩ଜଣ, ଗଜପତିରୁ ୧୪ଜଣ, ଗଞ୍ଜାମରୁ ୧୭ଜଣ, ଜଗତସିଂପୁରରୁ ୧୦୩ଜଣ, ଯାଜପୁରରୁ ୨୫୮ଜଣ, ଝାରସୁଗୁଡାରୁ ୧୯ଜଣ, କଳାହାଣ୍ଡିରୁ ୧୫ଜଣ, କନ୍ଧମାଳରୁ ୧୯ଜଣ, କେନ୍ଦ୍ରାପଡ଼ାରୁ ୧୧୦ଜଣ, କେଉଁଝରରୁ ୭୦ଜଣ, କୋରାପୁଟରୁ ୭୬ଜଣ, ମୟୁରଭଞ୍ଜରୁ ୧୫୮ଜଣ, ମାଲକାନଗିରିରୁ ୭୩ଜଣ, ନବରଙ୍ଗପୁରରୁ ୪୩ଜଣ, ନୟାଗଡ଼ରୁ ୧୬୦ଜଣ, ନୂଆପଡ଼ାରୁ ୬ଜଣ, ପୁରୀରୁ ୨୧୫ଜଣ, ରାୟଗଡାରୁ ୭୭ଜଣ, ସମ୍ବଲପୁରରୁ ୨୮ଜଣ, ସୋନପୁରରୁ ୧୬ଜଣ, ସୁନ୍ଦରଗଡରୁ ୩୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୯୫ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୫ ଲକ୍ଷ ୫୪ ହଜାର ୪୧୭ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୬୮୨ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୬୩ ହଜାର ୮୨୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨ ହଜାର ୭୦୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ଗ୍ରାହକ ବିନା ମାସ୍କରେ Bank କୁ ଆସିବାରୁ,ଗୁଳି କଲେ ସିକ୍ୟୁରିଟୀ ଗାର୍ଡ

[amazon_auto_links id=”9932″]

Share this: