Corona Vaccination: ଦେଶରେ ଆଜି ସୁଦ୍ଧା ୧୮ କୋଟି ୨୨ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଦିଆଯାଇଛି କରୋନା ଟିକା
ନୂଆଦିଲ୍ଲୀ: ଦେଶରେ ଏ ପର୍ଯ୍ୟନ୍ତ ୧୮ କୋଟି ୨୨ଲକ୍ଷ ଡୋଜ୍ ଟିକା (Corona Vaccine) ଦିଆଯାଇ ସାରିଲାଣି। ୯୬ ଲକ୍ଷ ୪୨ ହଜାରରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟ କର୍ମୀ (Health Workers) ପ୍ରଥମ ଡୋଜ୍ଟିକା ନେଇଥିଲା ବେଳେ ୬୬ଲକ୍ଷରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ୧ କୋଟି ୪୪ ଲକ୍ଷରୁ ଊର୍ଦ୍ଧ୍ୱ ସମ୍ମୁଖ ଯୋଦ୍ଧା (Frontline Warriors) ପ୍ରଥମ ଡୋଜ୍ ଟିକା ନେଇଥିଲା ବେଳେ ୮୧ଲକ୍ଷରୁ ଊର୍ଦ୍ଧ୍ୱ ସମ୍ମୁଖ ଯୋଦ୍ଧା ଦ୍ୱିତୀୟ ଡୋଜ୍ ଟିକା ନେଇସାରିଲେଣି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି,୧୭ଲକ୍ଷ ୩୩ ହଜାର ଲୋକଙ୍କୁ ଗତକାଲି ସୁଦ୍ଧା କୋଭିଡ୍ ଟିକା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୧୧ଲକ୍ଷ ୧୯ହଜାର ଲୋକ ପ୍ରଥମ ଡୋଜ୍ ଟିକା ନେଇଥିଲା ବେଳେ ୬ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ୧୮ରୁ ୪୪ ବର୍ଷ ମଧ୍ୟରେ ୫ଲକ୍ଷ ୫୮ ହଜାର ଲୋକ ଗତକାଲି ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଫଳରେ ଏ ପର୍ଯ୍ୟନ୍ତ ୧୮ରୁ ୪୪ ବର୍ଷର ୪୮ଲକ୍ଷ ୨୧ ଲୋକ ପ୍ରଥମ ଡୋଜ୍ ଟିକା ନେଇସାରିଲେଣି। ସୂଚନାଯୋଗ୍ୟ ଚଳିତ ମାସ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୪ ବର୍ଷ ମଧ୍ୟରେ ଲୋକମାନଙ୍କୁ ସାମିଲ କରାଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଏପର୍ଯ୍ୟନ୍ତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୦କୋଟିରୁ ଊର୍ଦ୍ଧ୍ୱ କୋଭିଡ୍ ଟିକା ଦିଆଯାଇ ସାରିଲାଣି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ କୋଭିଡ୍ ଟିକା ଯୋଗାଣ ଜରିଆରେ କେନ୍ଦ୍ର ସରକାର କୋଭିଡ୍ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ସାହାଯ୍ୟ କରିଆସୁଛନ୍ତି। ଏଥିସହିତ କୋଭିଡ୍ ଟିକା ଉତ୍ପାଦନ ଯୋଗାଣ ବୃଦ୍ଧି ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି। ଏ ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକରେ ୧କୋଟି ୮୪ ଲକ୍ଷ ଟିକା ଉପଲବ୍ଧ ରହିଛି। ଆଗାମୀ ତିନି ଦିନ ଭିତରେ ଆହୁରି ୫୧ଲକ୍ଷ ଟିକା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।
Also Read | Covid19:ଅଧିକ ପଜିଟିଭିଟି ହାର ଥିବା କ୍ଷେତ୍ରରେ ଟେଷ୍ଟିଂ ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
[amazon_auto_links id=”10233″]