Odisha Matric Examination: ନବୀନ ନିବାସ ସମ୍ମୁଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଧାରଣା, ପରୀକ୍ଷା ହେବ କି ନାହିଁ, ଦ୍ୱନ୍ଦ୍ୱ ଦୂରକର
ଭୁବନେଶ୍ଵର: ଦଶମ ବୋର୍ଡ ପରୀକ୍ଷା (Matric Board Examination) କୁ ନେଇ ଦ୍ଵନ୍ଦରେ ପଡ଼ିଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷାକୁ ନେଇ ନବୀନ ନିବାସ (Naveen Nivas) ସମ୍ମୁଖରେ ଛାତ୍ରଛାତ୍ରୀ। ପରୀକ୍ଷା ହେବ କି ନାହିଁ, ସେ ଦ୍ୱନ୍ଦ୍ୱ ଦୂର କରିବା ନେଇ ନବୀନ ନିବାସରେ ନିଜ ଦାବି ଜଣାଇବାକୁ ଯାଇଛନ୍ତି ଛାତ୍ରଛାତ୍ରୀ ଏବଂ ପ୍ରତିବାଦ କରିବା ସହିତ ଧାରଣାରେ ବସିଛନ୍ତି।
ଆଜି ଛାତ୍ରଛାତ୍ରୀମାନେ ନବୀନ ନିବାସ ଯିବା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନକୁ ଯାଇ ଅଭିଯୋଗ ଜଣାଇଥିଲେ। ମନ୍ତ୍ରୀଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ନପାଇବାରୁ ପରେ ସେଠାରୁ ସେମାନେ ନବୀନ ନିବାସ ଯାଇଥିଲେ। ପୁଲିସ ସେମାନଙ୍କୁ ଅଟକାଇବାରୁ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ଯଦି ସିବିଏସଇ ପିଲାଙ୍କ ପରୀକ୍ଷା ବାତିଲ କରାଯାଉଛି, ତାହେଲେ ଆମର ପରୀକ୍ଷା କାହିଁକି ବାତିଲ କରାଯିବନାହିଁ। ଆମ ଭବିଷ୍ୟତ ସହିତ ସରକାର ଖେଳ ଖେଳୁଛନ୍ତି। ରାଜ୍ୟ ସରକାର ବି ପରୀକ୍ଷା ବାତିଲ କରନ୍ତୁ। ସିବିଏସଇ ଢାଞ୍ଚାରେ ସରକାର ପୂର୍ବ ପରୀକ୍ଷା ନମ୍ବରକୁ ଆଧାର କରି ମୂଲ୍ୟାୟନ କରନ୍ତୁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ନଚେତ ସରକାର ଯଦି ପରୀକ୍ଷା କରିବାକୁ ଚାହୁଁଛନ୍ତି ତେବେ ତୁରନ୍ତ ନିଷ୍ପତ୍ତି ନେଇ ଜଣାନ୍ତୁ। ପରୀକ୍ଷା ଅଫଲାଇନ କି ଅନ୍ଲାଇନରେ ହେବ ଶୀଘ୍ର ଜଣାନ୍ତୁ।
Related Post | Odisha Examination: ଓଡ଼ିଶା ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ସ୍ଥଗିତ
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଜଣାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିଲେ। ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇ ଫେରିଥିଲେ।
[amazon_auto_links id=”9939″]
Also Read | CBSE ବୋର୍ଡ ପରୀକ୍ଷାରେ ବଡ ନିଷ୍ପତ୍ତି, ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ପରୀକ୍ଷା ସ୍ଥଗିତ