Weather Report: ରାଜ୍ୟର ୯ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲ୍ସିୟସ୍ ଉପରେ
ଭୁବନେଶ୍ଵର: ରାଜ୍ୟରୁ ଶୀତ ଧୀରେ ଧୀରେ ଅପସରି ଯାଉଛି। ବର୍ତ୍ତମାନ ଦିନକୁ ଦିନ ତାପମାତ୍ରା (Temperature) ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୯ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଛି।
ରାଜଧାନୀ ଭୁବନେଶ୍ୱରର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି। ଫେବୃୟାରୀ ମାସରେ ରାଜ୍ୟରେ ବଢ଼ୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଏହାର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଉତ୍ତପ୍ତ ତାପମାତ୍ରା ସହିତ ଜଡ଼ିତ ଥିବା ବିପଦ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା, ନିଜକୁ ରକ୍ଷା କରିବା ସହ ପ୍ରଭାବିତ ଲୋକମାନଙ୍କୁ କିପରି ସହାୟତା ପ୍ରଦାନ କରିବା ସମ୍ପର୍କରେ ସଚେତନତା ଅଭିଯାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଜନସାଧାରଣଙ୍କୁ ସଜାଗ ରହିବାପାଇଁ ସ୍ଥାନୀୟ ଗଣମାଧ୍ୟମକୁ ବ୍ୟବହାର କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି।
Also Read | Corona Vaccine Odisha: କୋଭିଡ଼ ଟୀକା ନନେଲେ ମିଳିବନି ସରକାରୀ ସୁବିଧା!