Corona Vaccine Odisha: କୋଭିଡ଼ ଟୀକା ନନେଲେ ମିଳିବନି ସରକାରୀ ସୁବିଧା!
ଭୁବନେଶ୍ଵର: ବର୍ତ୍ତମାନ ପୁଣି କରୋନା ଭୂତାଣୁ (Corona Virus ) ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି। ରାଜ୍ୟରେ ଯେଉଁ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ପାଇଁ ପଞ୍ଜିକରଣ କରି ମଧ୍ୟ ଟିକା (Covid-19 Vaccine) ନେଉନାହାନ୍ତି ସେମାନଙ୍କୁ କରୋନା ସଂକ୍ରମଣ ଜନିତ ମିଳୁଥିବା ସରକାରୀ ସୁବିଧା ଦିଆଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ ଓ ୫ଟି ମହାନଗର ନିଗମର କମିଶନରଙ୍କୁ ଚିଠି ଲେଖିଛନ୍ତି।
ସେହିପରି ଧାର୍ଯ୍ୟ ସମୟ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାମାନେ ଯେଭଳି ଟିକା ନେବେ ତା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହିତ ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୪୪ହଜାର ୧୭୬ ଜଣ ହିତାଧିକାରୀ ଟିକା ନେଇଥିବା ଜଣାପଡ଼ିଛି। ଗତ ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିବା ପ୍ରଥମ ଡୋଜ୍ ଟିକାକରଣ ଆସନ୍ତାକାଲି ଶେଷ ହେବ। ଗତକାଲି ୬୯୧ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୭ହଜାର ୭୨୯ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି।
Also Read | Amroha Shabnam Case: ପୁଣି ଘୁଞ୍ଚିଲା ଶବନମଙ୍କ ଫାଶୀ, ଜାଣନ୍ତୁ କାରଣ
[amazon_auto_links id=”9932″]