Covid Cases Odisha: କାୟ ବିସ୍ତାର କରୁଛି କି କରୋନା! ଆଜି ଓଡିଶାରୁ ୧୬ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: Covid Cases Odisha ଓଡ଼ିଶାରେ ଧୀରେ ଧୀରେ କରୋନା (Covid-19) କାୟା ବିସ୍ତାର କରୁଛି କି! ଦେଖିବାକୁ ଗଲେ ଗତ କିଛିଦିନ ଧରି ଲଗାତାର ଭାବେ ରାଜ୍ୟରୁ କମ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିଲେ। ଗତକାଲି ରାଜ୍ୟରୁ ୧୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଆଜି ମଙ୍ଗଳବାର ୭ଜିଲ୍ଲାରୁ ୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରୁ ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ବାଲେଶ୍ଵରରୁ ଜଣେ, ବଲାଙ୍ଗୀରିରୁ ଜଣେ, କେନ୍ଦ୍ରାପଡାରୁ ୩ଜଣ, ଖୋର୍ଦ୍ଧାରୁ ୪ଜଣ ଚିହ୍ନଟ ହୋଇଥିବାବେଳେ ରାୟଗଡାରୁ ୨ଜଣ, ସମ୍ବଲପୁର ଜଣେ, ସୁନ୍ଦରଗଡରୁ ୩ଜଣ ଏବଂ ଷ୍ଟେଟ୍ ପୁଲରୁ ଜଣେ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩କୋଟି ୧୦ ଲକ୍ଷ ୮୩ ହଜାର ୪୯୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୭ ହଜାର ୯୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୨ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୮ ହଜାର ୬୬୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this:

Leave a Reply

Your email address will not be published. Required fields are marked *