Breaking NewsCORONA UPDATESଓଡ଼ିଶାଶିକ୍ଷା ଓ ନିଯୁକ୍ତି

Unlock 5.0 Guidelines Education: ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ସର୍ତ୍ତାବଳୀ

Share this:

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଦେଶରେ ଅନଲକ୍-୫ (Unlock-5.0) ନେଇ କେନ୍ଦ୍ର ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏଥିପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି।

ଅକ୍ଟୋବର ୧୫ ପରେ ସ୍କୁଲ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ସଂକ୍ରାନ୍ତରେ  ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି ଅନୁମତି ଦିଆଯାଇଛି।  ପରିସ୍ଥିତିକୁ ଆକଳନ କରି ଏବଂ ସର୍ତ୍ତାବଳୀ ଆଧାରରେ ସମ୍ପୃକ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ଗ୍ରହଣ କରାଯିବ।

ଅନଲାଇନ (Online)  ଡିଷ୍ଟାନ୍ସ ଲର୍ଣ୍ଣିଂକୁ ଶିକ୍ଷାଦାନର ପ୍ରାଥମିକ ମାଧ୍ୟମ ଭାବେ ଗ୍ରହଣ କରାଯାଇ ଜାରି ରଖାଯିବ ଓ ଉତ୍ସାହିତ କରାଯିବ।

ଯେଉଁଠି ସ୍କୁଲଗୁଡ଼ିକ ଅନଲାଇନ କ୍ଲାସ ଆୟୋଜନ କରୁଛନ୍ତି ଏବଂ କିଛି ପିଲା ବ୍ୟକ୍ତିଗତ ଭାବେ ସ୍କୁଲକୁ ଆସିବା ବଦଳରେ ଅନଲାଇନ କ୍ଲାସ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସେଥିନିମନ୍ତେ ଅନୁମତି ଦିଆଯିବ।

ଅଭିଭାବକମାନଙ୍କ ଠାରୁ ଲିଖିତ ଅନୁମତି ଆଣିବା ପରେ ଯାଇ ଛାତ୍ରଛାତ୍ରୀ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ଆସିପାରିବେ।

ବାଧ୍ୟତାମୂଳକ ଭାବେ ଆଟେଣ୍ଡାନ୍ସ ଲାଗୁ କରାଯିବ ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଅଭିଭାବକମାନଙ୍କ ଅନୁମତି ଉପରେ ନିର୍ଭର କରିବ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏସଓପି (SOP) ଉପରେ ଆଧାରିତ ସେମାନଙ୍କର ନିଜସ୍ୱ ଏସଓପି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପ୍ରସ୍ତୁତ କରିବେ, ଏଥିରେ ସ୍ଥାନୀୟ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଆଯିବ।

ଯେଉଁ ବିଦ୍ୟାଳୟଗୁଡ଼ିକ ଖୋଲିବେ ସେମାନେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ ଜାରି ହେଉଥିବା ଏସଓପି ମାନିବା ଲାଗି ବାଧ୍ୟ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ପରିସ୍ଥିତିକୁ ଆକଳନ କରିବା ପରେ ଗୃହ ମନ୍ତ୍ରଣାଳୟ ସହିତ ଆବଶ୍ୟକ ବିଚାରବିମର୍ଶ କରି କଲେଜ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିପାରିବ। 

ବିଜ୍ଞାନାଗାର ଓ ପରୀକ୍ଷାମୂଳକ କାର୍ଯ୍ୟକଳାପ ଆବଶ୍ୟକ କରୁଥିବାରୁ ୧୫ ଅକ୍ଟୋବର, ୨୦୨୦ ଠାରୁ ଗବେଷଣା ଛାତ୍ରଛାତ୍ରୀ (Phd ) ଏବଂ ବିଜ୍ଞାନ ଓ ପ୍ରଯୁକ୍ତି (Technology) ବିଭାଗର ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯିବ।

ଅନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ରାଜ୍ୟ ବିଶ୍ୱବିଦ୍ୟାଳୟ, ଘରୋଇ ବିଶ୍ୱବିଦ୍ୟାଳୟ ଆଦିଗୁଡ଼ିକ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ବିଜ୍ଞାନାଗାର ଓ ପରୀକ୍ଷାମୂଳକ କାର୍ଯ୍ୟର ଆବଶ୍ୟକ କରୁଥିବା ପିଏଚଡି ଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କର ଶିକ୍ଷାନୁଷ୍ଠାନ ଖୋଲିବାର ନିଷ୍ପତ୍ତି ଗ୍ରହଣ କରିପାରିବେ।

Also Read: School Reopens: ୨୧ ସେପ୍ଟେମ୍ବରରୁ କେଉଁ କେଉଁ ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ଯାଉଛି

Share this: