PM Kisan Yojana Check: ଏଥିପାଇଁ ଆସି ନାହିଁ ପିଏମ କିସାନ ଦ୍ଵାଦଶ କିସ୍ତି, ଏହି ଉପାୟରେ ଆସିବ ଟଙ୍କା
ନୂଆଦିଲ୍ଲୀ: PM Kisan Yojana Check Installment Status ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଦ୍ୱାଦଶ କିସ୍ତି (PM Kisan Yojana) ଯଦି ଆଜି ପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟରେ କ୍ରେଡିଟ୍ ହୋଇନାହିଁ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ଏକ ଉପାୟ ମାଧ୍ୟମରେ ପୁଣି ଆପଣ ଆପଣଙ୍କ କିସ୍ତି ପାଇପାରିବେ। ଗତ ଅକ୍ଟୋବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ତମ କିସ୍ତି ପ୍ରାୟ ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପ୍ରେରଣ କରିଥିଲେ। କିନ୍ତୁ ପ୍ରାୟ ୨କୋଟି ୬୨ ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯାଇନାହିଁ।
ସୂଚନା ଅନୁସାରେ ଲକ୍ଷ ଲକ୍ଷ କୃଷକ ଅଭିଯୋଗ କରୁଛନ୍ତି ଯେ ଦ୍ୱାଦଶ କିସ୍ତି ସେମାନଙ୍କ ଆକାଉଣ୍ଟରେ କ୍ରେଡିଟ୍ ହୋଇନାହିଁ। କୁହାଯାଉଛି ଯେ ଏହିପରି ଯୋଗ୍ୟ କୃଷକମାନେ ସମ୍ପୃକ୍ତ ବ୍ୟାଙ୍କରେ ଭିଡ଼ ଜମାଇଛନ୍ତି। ଯେଉଁ ଚାଷୀଙ୍କ ଦ୍ଵାଦଶ କିସ୍ତି ଆସିନାହିଁ। ବର୍ତ୍ତମାନ ସେମାନଙ୍କୁ ୧୩ତମ କିସ୍ତି ପାଇଁ ଅପେକ୍ଷା କରିବାକୁ ପଡିବ। ଏହା କୁହାଯାଉଛି ଯେ ଯଦି ସେମାନେ ସମସ୍ତ ନିୟମ ଅନୁସରଣ କରନ୍ତି, ତେବେ ହୁଏତ ଉଭୟ କିସ୍ତିର ଟଙ୍କା ସେମାନଙ୍କ ଆକାଉଣ୍ଟରେ ଏକକାଳୀନ କ୍ରେଡିଟ୍ ହୋଇପାରେ। ଅର୍ଥାତ ୨ ହଜାର ବଦଳରେ ଚାଷୀ ୪ ହଜାର ଟଙ୍କା ଏକାସାଙ୍ଗରେ ପାଇବେ ତେବେ ଏହାର ସରକାରୀ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ।
Related Post | PM Kisan Status Check: ମୋଦୀ ସରକାରଙ୍କ ଚାଷୀଙ୍କୁ ଦୀପାବଳି ଭେଟି, ମିଳିଲା ପିଏମ କିସାନ କିସ୍ତି
ସୂଚନା ଅନୁସାରେ ଯେଉଁ ଚାଷୀମାନେ e-KYC କରି ନାହାନ୍ତି ସେମାନଙ୍କୁ ଦ୍ୱାଦଶ କିସ୍ତିର ଲାଭରୁ ବଞ୍ଚିତ କରି ଦିଆଯାଇଛି। ଯେ e-KYC ପାଇଁ ଶେଷ ତାରିଖ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଥିଲା। କିନ୍ତୁ ଲକ୍ଷ ଲକ୍ଷ କୃଷକ eKYC କରିନାହାଁନ୍ତି। ଯେଉଁଥିପାଇଁ କୃଷକମାନେ ଏହି ଯୋଜନାର ଲାଭରୁ ବଞ୍ଚିତ ହୋଇଛନ୍ତି। ଏହା କୁହାଯାଉଛି ଯେ ପୁନର୍ବାର ୧୩ତମ କିସ୍ତିର ଲାଭ ଉଠାଇବାକୁ ଚାଷୀଙ୍କୁ ekyc କରିବା ପାଇଁ ପୁଣିଠାରେ ସମୟ ଦିଆଯିବ। ଏହା ହେବ ଚାଷୀଙ୍କ ପାଇଁ ଶେଷ ସୁଯୋଗ ରହିବ।
ଏମିତି ଜାଣନ୍ତୁ ପିଏମ କିସାନ ସ୍ଥିତି
ଯଦି e-KYC ସତ୍ତ୍ୱେ କିସ୍ତି ଆସିନାହିଁ, ତେବେ ଏଠାରେ ଦିଆଯାଇଥିବା ନମ୍ବରରେ କଲ୍ କରନ୍ତୁ
ପିଏମ କିସାନ୍ ଟୋଲ୍ ଫ୍ରି ନମ୍ବର: 18001155266
ପିଏମ କିସାନ୍ ହେଲ୍ପଲାଇନ ନମ୍ବର: 155261
ପିଏମ କିସାନ୍ ଲ୍ୟାଣ୍ଡଲାଇନ ନମ୍ବର: 011-23381092, 23382401
ପିଏମ କିସାନ୍ ର ନୂତନ ହେଲ୍ପଲାଇନ: 011-24300606
ଇ-ମେଲ୍ ଆଇଡ: pmkisan-ict@gov.in
ଟୋଲ୍ ଫ୍ରି ନମ୍ବରକୁ କଲ କରି ଆପଣ ନିଜର ଖାତାର ସ୍ଥିତି ଜାଣିପାରିବ। ଏହା ସହିତ, ଆପଣ ମଧ୍ୟ ଜାଣିପାରିବେ କାହିଁକି ଦ୍ୱାଦଶ କିସ୍ତି ଆପଣଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ଆସିନାହିଁ। ଏଥିସହିତ ୨ ହଜାର ଟଙ୍କାର କିସ୍ତି ଆସିବ କି ନାହିଁ, ଦିଆଯାଇଥିବା ଟୋଲ୍ ଫ୍ରି ନମ୍ବରରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ।
Read Also | Odisha Cyclone Updates: ଆସୁଛି ବାତ୍ୟା, ମୁକାବିଲା ପାଇଁ ସରକାର ପ୍ରସ୍ତୁତ