Breaking NewsCORONA UPDATESଓଡ଼ିଶା

Covid-19: ଓଡ଼ିଶାରେ ୬୫ ଜଣଙ୍କ କରୋନାରେ ମୃତ୍ୟୁ

Share this:

ଭୁବନେଶ୍ୱର: ଓଡ଼ିଶା (Odisha) ରେ ପୁଣି କରୋନା (Coronavirus) ନେଲା ଆଉ ୬୫ ଜଣଙ୍କ ଜୀବନ। ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ହଜାର ୫୯୯ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସେହିପରି ବରଗଡ଼, କେନ୍ଦୁଝର ଏବଂ ପୁରୀ ଜିଲ୍ଲାରୁ ୬ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଅନୁଗୁଳ ଏବଂ ମୟୁରଭଞ୍ଜରୁ ୫ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ନୟାଗଡ଼ରୁ ୪ଜଣ ମୃତ୍ୟୁବରଣ କରିଥିବାବେଳେ ଗଞ୍ଜାମ, ସୁଦରଗଡ ଏବଂ କେନ୍ଦ୍ରାପଡ଼ାରୁ ୩ଜଣ ଲେଖାଏଁ  ମୃତ୍ୟୁବରଣ କରିଛନ୍ତି। ବାଲେଶ୍ଵର, ବଲାଙ୍ଗୀରି, ବୌଦ, କଟକ, ଢେଙ୍କାନାଳ, ଜଗତସିଂପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

mahimalive

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪୫ ଲକ୍ଷ ୬୮ ହଜାର ୪୮୭ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୩୯ ହଜାର ୭୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୧୨୦ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୯ ହଜାର ୬୩୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫ ହଜାର ୪୬୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | UP Population Bill: ଦୁଇରୁ ଅଧିକ ସନ୍ତାନଥିଲେ; ମିଳିବନି ରେସନ, ସରକାରୀ ଚାକିରି, ଲଢିପାରିବନି ନିର୍ବାଚନ

Share this: