ଓଡ଼ିଶାରେ ଆଜି ପୁଣି ୩,୭୭୭ କାରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୩ ହଜାର ୭୭୭ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ  ୨ ହଜାର ୧୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୫୮୬  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯(Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୧୫ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୫୮ ଜଣ, କଟକରୁ ୩୬୮ ଜଣ, କନ୍ଧମାଳ ଜିଲ୍ଲାରୁ ୪୯ ଜଣ, କୋରାପୁଟରୁ ୯୮ ଜଣ, କେନ୍ଦ୍ରାପଡ଼ାରୁ ୧୪୮ ଜଣ, କେଉଁଝରରୁ ୭୮ ଜଣ ଓ କଳାହାଣ୍ଡିରୁ ୭୦ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୧୨ ଜଣ, ସୁନ୍ଦରଗଡ଼ରୁ ୧୪୮ ଜଣ ଓ ସୋନପୁର ଜିଲ୍ଲାରୁ ୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୧୩୩ ଜଣ, ଜଗତସିଂହପୁରରୁ ୧୦୦ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୭୦ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୩୯ ଜଣ, ବାଲେଶ୍ଵରରୁ ୧୨୭ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୫୧ ଜଣ, ବୌଦ୍ଧରୁ ୨୬ ଜଣ ଏବଂ ଭଦ୍ରକରୁ ୬୭ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୧୩ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୨୩୭ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୭୧ଜଣ, ନବରଙ୍ଗପୁରରୁ ୧୦୭ ଜଣ ଓ ନୂଆପଡ଼ାରୁ ୭୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୬୭ ଜଣ, ଦେଓଗଡରୁ ୧୪ ଜଣ, ରାୟଗଡାରୁ ୭୫ ଜଣ, ଅନୁଗୋଳରୁ ୧୧୫ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୫୮ ଜଣ ଏବଂ ମାଲକାନଗିରିରୁ ୨୬ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୧୯୨ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ADVERTISEMENT

Honor 9A (Phantom Blue, 3GB RAM, 64GB Storage)

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୩ ଲକ୍ଷ ୭୪ ହଜାର ୬୨୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୪୬ ହଜାର ୮୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୧୨ ହଜାର ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୪ ହଜାର ୧୬୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

ଦେଶରେ ୨୪ ଘଣ୍ଟାରେ ରେକର୍ଡ ୯୭,୫୭୦ କରୋନା ସଂକ୍ରମିତ,୧୨୦୧ ମୃତ୍ୟୁ

ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ କରୋନା ଟିକା ପରୀକ୍ଷଣ ଉପରେ ପ୍ରତିବନ୍ଧକ

Share this: