Odisha corona update Today : ରାଜ୍ୟରେ ବୋର୍ଡ ପରୀକ୍ଷା କରୋନା କଟକଣା ମଧ୍ୟରେ ହେବ : ଶିକ୍ଷାମନ୍ତ୍ରୀ
ଭୁବନେଶ୍ଵର: Odisha corona update Today ବଢୁଥିବା କରୋନା ସଂକ୍ରମଣଙ୍କୁ (Covid-19) ଦେଖି ରାଜ୍ୟ ଶିକ୍ଷା ବିଭାଗ କୋଭିଡ କଟକଣାରେ ଦଶମ ଓ ଦ୍ୱାଦଶ ପରୀକ୍ଷା କରାଯିବ ବୋଲି ନିଷ୍ପତି ନେଇଛି। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।
ଏ ନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମାଟ୍ରିକ ସମ୍ମେଟିଭ୍-୧ ଓ ଯୁକ୍ତ ଦୁଇ ତଥା ଦ୍ୱାଦଶ ପରୀକ୍ଷା କୋଭିଡ୍ କଟକଣା ମଧ୍ୟରେ କରାଯିବାକୁ ସମସ୍ତ ବିଦ୍ୟାଳୟ ଓ କଲେଜକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ମାନିବାକୁ ସେ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ ଅନ୍ୟ ଦେଶରେ ସଂକ୍ରମଣ ବଢୁଥିବାରୁ (Odisha corona update Today) ଛାତ୍ରଛାତ୍ରୀମାନଙ୍କୁ ସତର୍କ ରହିବାକୁ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
Read Also | Odisha Covid Guidelines: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ନୂଆ ଭାରିଆଣ୍ଟକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
FROM THE WEB
PM Kisan Beneficiary New Status: ଏହି ଦିନ ମିଳିବ ପିଏମ କିସାନ ୧୩ତମ କିସ୍ତି
ନୂଆଦିଲ୍ଲୀ: PM Kisan Beneficiary Status New ପ୍ରଧାନମନ୍ତ୍ରୀ କିସାନ ଯୋଜନା ହିତାଧିକାରୀଙ୍କ ପାଇଁ ପୁଣି ଆସିଛି ଏକ ଖୁସି ଖବର ଅଛି। କେନ୍ଦ୍ର ସରକାର ବର୍ତ୍ତମାନ ଯୋଗ୍ୟ ହିତାଧିକାରୀ କୃଷକମାନଙ୍କୁ ନୂତନ ବର୍ଷର ଉପହାର ରୂପେ ୧୩ତମ ପିଏମ କିସାନ କିସ୍ତି ଦେବାକୁ ଯାଉଛନ୍ତି।
ବଡ ଖବର ହେଉଛି ଯେଉଁ କୃଷକଙ୍କ ଆକାଉଣ୍ଟରେ ୧୧ତମ ଏବଂ ୧୨ତମ କିସ୍ତି eKYC ଅସୁବିଧାହେତୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସି ପାରିନଥିଲା। ଏଥର ସେହି କୃଷକଙ୍କ ଖାତାକୁ ଏକାଥରକେ ତିନୋଟି କିସ୍ତିର ଟଙ୍କା ଆସିବ।
PM Kisan Beneficiary status check: eKYC କରିଥିବା ଚାଷୀଙ୍କୁ ମିଳିବ ଟଙ୍କା
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଭାଗୀୟ ଅଧିକାରୀମାନେ ଦାବି କରିଛନ୍ତି ଯେ ବର୍ତ୍ତମାନ ଟଙ୍କା ପାଇନଥିବା କୃଷକମାନେ KYC କାର୍ଯ୍ୟ ସମାପ୍ତ କରିଛନ୍ତି। ଏଥିସହ, ଯଦି ସେମାନଙ୍କର ପଞ୍ଜୀକରଣ ସଂପୂର୍ଣ୍ଣ ସଠିକ୍ ହୋଇଥିବ, ତେବେ ଗୋଟିଏ ଥରରେ ୬ ହଜାର ଟଙ୍କା ଏହିପରି ଚାଷୀଙ୍କୁ ସିଧାସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ। କିନ୍ତୁ ଏହାର ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।
ସୂଚନାଯୋଗ୍ୟ କେନ୍ଦ୍ରସରକାର ୧୨ ତମ ପିଏମ କିସାନ କିସ୍ତି ଗତ ସେପ୍ଟେମ୍ବର ମାସ ୧୭ତାରିଖରେ ଚାଷୀଙ୍କ ଖାତାକୁ ପଠାଇଥିଲେ। ପ୍ରଧାନମନ୍ତ୍ରୀ କିସାନ ଯୋଜନା ହେଉଛି ସରକାରଙ୍କ ଏକ ଉଚ୍ଚାଭିଳାଷୀ ଯୋଜନା। ଯେଉଁଥିରେ ପ୍ରତି ତିନି ମାସରେ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଲେଖାଏଁ ଟଙ୍କା ପଠାଯାଇଥାଏ। ଏପର୍ଯ୍ୟନ୍ତ ସରକାର କୃଷକଙ୍କ ଆକାଉଣ୍ଟକୁ ୧୨ଟି କିସ୍ତିର ଟଙ୍କା ହସ୍ତାନ୍ତର କରିଛନ୍ତି। ଗତ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରାୟ ୧୨କୋଟି ଚାଷୀଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ କିସାନ ନିଧିଙ୍କ ଦ୍ୱାଦଶ କିସ୍ତି ସ୍ଥାନାନ୍ତର କରିଥିଲେ। କିନ୍ତୁ ଲକ୍ଷ ଲକ୍ଷ କୃଷକ ଏହି କିସ୍ତିରୁ ବଞ୍ଚିତ ହୋଇଥିଲେ। ଯେଉଁମାନେ ସେମାନଙ୍କର eKYC ଅପଡ଼େଟ କରିନଥିଲେ।
PM Kisan Beneficiary List: ଏହି ଚାଷୀଙ୍କୁ ମିଳିବ ୬ ହଜାର ଟଙ୍କା
ଦେଶରେ ଲକ୍ଷ ଲକ୍ଷ କୃଷକ ଅଛନ୍ତି ଯେଉଁମାନେ ଏକାଦଶ ଏବଂ ଦ୍ୱାଦଶ କିସ୍ତିର ଲାଭ ପାଇ ନାହାଁନ୍ତି କାରଣ ସେମାନେ ekyc କରିନାହାଁନ୍ତି। ଯଦି ଏହି ଚାଷୀମାନେ ବର୍ତ୍ତମାନ ekyc ସମାପ୍ତ କରିଥିବେ, ତେବେ ସରକାର ସେମାନଙ୍କୁ ଏକାଠି ତିନି କିସ୍ତିର ଟଙ୍କା ଦେଇପାରିବେ। ବଡ଼କଥା ହେଉଛି, ଯଦି କେହି କୃଷକ ekyc ର କାର୍ଯ୍ୟ ସମାପ୍ତ କରିନାହାଁନ୍ତି, ତେବେ ଏଥର ମଧ୍ୟ ସେମାନେ ୧୩ ତମ ତମ କିସ୍ତିରୁ ବଞ୍ଚିତ ହେବେ।
PM Kisan Installments : ଜାନୁଆରୀରେ ଆସିବ ୧୩ ତମ କିସ୍ତି
ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ପ୍ରଥମ ସପ୍ତାହରେ ସରକାର ପିଏମକିସାନ ୧୩ତମ କିସ୍ତି ଚାଷୀଙ୍କଖାତାରେ ସିଧାସଳଖ ଟଙ୍କା ଜମା କରିପାରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସୂତ୍ରରୁ ପ୍ରକାଶ ଯେ ପୂର୍ବଥର ପରି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ପାଣ୍ଠିର ଅର୍ଥକୁ ଡିଜିଟାଲ୍ ଭାବରେ କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ।