LAC ରେ ହିଂସାତ୍ମକ ସଂଘର୍ଷ, ଭାରତର ତିନିଜଣ ସାହସୀ ଯବାନ ଶହୀଦ , ପାଞ୍ଚ ଜଣ ଚୀନ୍ ସୈନିକ ନିହତ
ଦୀର୍ଘ ଦିନ ଧରି ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଗଭୀର ହୋଇଛି। ସୋମବାର ରାତିରେ ଦୁଇ ଦେଶର ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଏକ ଭାରତୀୟ ସେନା ଅଧିକାରୀ ଏବଂ ଦୁଇ ଯବାନ ସହିଦ ହୋଇଛନ୍ତି। ସୋମବାର ରାତିରେ ଗାଲଭାନ ଉପତ୍ୟକା ନିକଟରେ ଏହି ଘଟଣା ଘଟିଛି, ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ସବୁକିଛି ସ୍ୱାଭାବିକ ହେବାରେ ଲାଗିଛି।
ଖବର ଅନୁସାରେ କେବଳ ଭାରତ ନୁହେଁ ଚୀନ୍ ର ମଧ୍ୟ କିଛି ସୈନ୍ୟ ଆହତ ହୋଇଛନ୍ତି। ଏହି ଘଟଣା ବେଳେ କୋଣସି ପ୍ରକାରର ଗୁଳି ବିନିମୟ ହୋଇ ନାହିଁ, ଏହା ହାତାହାତି ହୋଇଥିଲା ।
ଚୀନ୍ ପାର୍ଶ୍ୱରେ ପାଞ୍ଚ ସୈନ୍ୟଙ୍କ ମୃତ୍ୟୁ ଘଟିଛି । ତେବେ ଚୀନ୍ ମିଡିଆ ଗ୍ଲୋବାଲ୍ ଟାଇମ୍ସ ଏହାକୁ ନିଶ୍ଚିତ କରିବାକୁ ମନା କରିଦେଇଛି ।
ଭାରତୀୟ ସେନା ଦ୍ଵାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ସୋମବାର ରାତିରେ ଗାଲଭାନ ଉପତ୍ୟକାରେ ଡି-ଏସ୍କାଲେସନ ( ସଂଘର୍ଷ , ନିରସ୍ତ୍ରିକରଣ ଓ ବିରୋଧୀଙ୍କ ମଧ୍ୟ ରେ ରଚନାତ୍ମକ ରାଜନୀୟକ କଥା ବାର୍ତ୍ତା ସ୍ଥାପନା )ପ୍ରକ୍ରିୟା ସମୟରେ ଭାରତ ଏବଂ ଚୀନ୍ ସୈନ୍ୟକ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସମୟ ମଧ୍ୟରେ ଭାରତୀୟ ସେନାର ଜଣେ ଅଧିକାରୀ ଏବଂ ଦୁଇ ଯବାନ ଶହୀଦ ହୋଇଛନ୍ତି। ଏହି ସମୟରେ ମାମଲାକୁ ଶାନ୍ତ କରିବା ପାଇଁ ଉଭୟ ଦେଶର ବରିଷ୍ଠ ମିଲିଟାରି ଅଧିକାରୀ ଏକ ବଡ଼ ମିଟିଂ କରୁଛନ୍ତି ।