IPL 2020:କୋଲକାତା ନାଇଟ ରାଇଡର୍ସ ୭ ୱିକେଟରେ ବିଜୟୀ

Share this:

ଦୁବାଇ : ଆଇପିଏଲ୍‌ର ୮ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (Sun Risers Hyderabad) ଏବଂ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୭ ୱିକେଟରେ ବିଜୟୀ ହୋଇଛି। ହାଇଦ୍ରାବାଦ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଖେଳି ହାଇଦ୍ରାବାଦ ଦଳ ମନୀଷ ପାଣ୍ଡେ (Manish Pandey) ଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ୨୦ ଓଭରରେ ୪ ୱିକେଟରେ ୧୪୨ ରନ ସ୍କୋର କରିଥିଲା।

ଏହି ବିଜୟ ପାଇଁ କୋଲକାତା ୧୪୩ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହା ଶୁଭମନ୍ ଗିଲ (Shubman Gill ) ଙ୍କ ଅପରାଜିତ ୭୦ ରନ୍ ଅର୍ଦ୍ଧଶତକୀୟ ଇନିଂସ ବଳରେ ୧୮ ଓଭରରେ ତିନିଟି ୱିକେଟ୍ ହରାଇ ୭ ୱିକେଟ୍ ରେ ଏହି ମ୍ୟାଚ ଜିତିଛି। ଏହି ବିଜୟ ସହ କୋଲକାତା ଚଳିତ ଟୁର୍ଣ୍ଣାମେଣ୍ଟରେ ତାର ପ୍ରଥମ ବିଜୟ ହାସଲ କରି ପଏଣ୍ଟ ଖାତାରେ ୨ଅଙ୍କ ସଂଗ୍ରହ କରିଛି। କୋଲକାତା ପକ୍ଷରୁ ନୀତିଶ ରାଣା (Nitish Rana) ୨୬ ରନ୍‌, ଇ ଏନ୍ ମୋର୍ଗାନ୍ (Eoin Morgan) ୪୨ ରନ୍‌ କରିଛନ୍ତି। ହାଇଦ୍ରାବାଦ ପକ୍ଷରୁ ଖଲିଲ ଅହମ୍ମଦ, ଟି ନଟରାଜନ୍ ଓ ରସିଦ ଖାନ (Rashid Khan ) ଗୋଟିଏ ଲେଖାଏଁ  ୱିକେଟ ନେଇଛନ୍ତି। ହାଇଦ୍ରାବାଦ ନିଜର ୨ ୟ ମ୍ୟାଚ ହାରି ନିଜର ପଏଣ୍ଟ ଖାତା ଖୋଲିପାରିନାହିଁ।

ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନର ଓ ଜନି ବେୟାରଷ୍ଟୋ ସତର୍କତାର ସହ ଓପନିଂ ଆରମ୍ଭ କରିଥିଲେ। ହାଇଦ୍ରାବାଦ ଦଳର ଷ୍ଟାର ଓପନର୍ ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋଙ୍କୁ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଶସ୍ତାରେ ଆଉଟ କରିଥିଲେ। ବେୟାରଷ୍ଟୋ ୧୦ ବଲରେ ମାତ୍ର ୫ରନ କରି ଆଉଟ ହେବା ପରେ ୱାର୍ନର ମନିଷ ପାଣ୍ଡେଙ୍କ ମିଶି ଦଳୀୟ ସ୍କୋରକୁ ବଢେଇଥିଲେ। ତେବେ ୱାର୍ନର ୨ ଚୌକା ଓ ଗୋଟିଏ ଛକା ସହ ୩୬ ରନ କରି ଆଉଟ ହୋଇଥିବାବେଳେ ମନିଷ ୫୧ ରନ କରିଥିଲେ। ୱାର୍ନର ଚକ୍ରବର୍ତ୍ତିଙ୍କ ବଲରେ ଆଉଟ ହୋଇଥିବାବେଳେ ମନିଷଙ୍କୁ ରସେଲ ଆଉଟ କରିଥିଲେ। ପରେ ୪ର୍ଥ ସ୍ଥାନରେ ଆସିଥିବା ରିଦ୍ଧିମାନ ଶାହା ୩୦ ରନ କରି ରନଆଉଟ ହୋଇଥିଲେ। ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୪୨ ରନ କରିପାରିଥିଲା।

Also Read:

IPL 2020: CSK ବ୍ୟାଟ୍ସମ୍ୟାନ୍ କୁ ପରବର୍ତ୍ତୀ ମ୍ୟାଚ୍ ରେ ଗ୍ଲୁକୋଜ ଖାଇ ବ୍ୟାଟିଂ କରିବାକୁ ଆସ ବୋଲି କହିଲେ ବିରେନ୍ଦ୍ର ସେହୱାଗ

Share this: