Covid Cases in Odisha 2022:ଓଡିଶାରୁ ପୁଣି ୨୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: Covid cases in Odisha State Dashboard in last 24 hours district wise ଗତକାଲି ରାଜ୍ୟରୁ ୨୮୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୫୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୪୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୦୬ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସଚେତନତା ହିଁ କୋଭିଡରୁ ଆପଣଙ୍କୁ ସୁରକ୍ଷିତ କରିବ। ନିୟମିତ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ ନିୟମ ପାଳନ ଦିଗରେ ସଚେତନ ହୁଅନ୍ତୁ ଏବଂ ଏହାକୁ କଡ଼ାକଡ଼ି ପାଳନ କରନ୍ତୁ। ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

mahimalive news

ଆଜି ବାଲେଶ୍ଵରରୁ ୫ଜଣ, ବରଗଡ଼ରୁ ୧୦ଜଣ, ଭଦ୍ରକରୁ ୧ଜଣ, ବଲାଙ୍ଗୀରରୁ ୨୨ଜଣ, ବୌଦରୁ ୨ଜଣ, କଟକରୁ ୨୨ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୨ଜଣ, ଗଜପତିରୁ ୩ଜଣ, ଜଗତସିଂହପୁରରୁ ୧ଜଣ, ଯାଜପୁରରୁ ୮ଜଣ, ଝାରସୁଗୁଡାରୁ ୨ଜଣ, କଳାହାଣ୍ଡିରୁ ୮ଜଣ, କନ୍ଧମାଳରୁ ୪ଜଣ, କେନ୍ଦ୍ରାପଡାରୁ ୨ଜଣ, କେଉଁଝରରୁ ୬ଜଣ, ଖୋର୍ଦ୍ଧାରୁ ୩୪ଜଣ, ମୟୂରଭଞ୍ଜରୁ ୧୨ଜଣ, ନବରଙ୍ଗପୁରରୁ ୭ଜଣ, ନୟାଗଡରୁ ୬ଜଣ, ନୂଆପଡ଼ାରୁ ୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୬ଜଣ, ରାୟଗଡାରୁ ୧୦ଜଣ, ସମ୍ବଲପୁରରୁ ୧୫ଜଣ, ସୁନ୍ଦରଗଡରୁ ୫୬ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୭ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୧ ଲକ୍ଷ ୩୩ ହଜାର ୪୫୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୨୬ ହଜାର ୯୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୬୫ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୧୫ ହଜାର ୭୨୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯୮୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also | Wheat Export Ban: କମିବ ଅଟା ଦାମ; ଗହମ ପରେ ଅଟା ରପ୍ତାନୀରେ ବ୍ୟାନ, କ୍ୟାବିନେଟ୍ ର ଅନୁମୋଦନ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *