ଚୀନ୍ ଏବଂ ପାକିସ୍ତାନ ମିଳିତ ଭାବେ ଜୈବିକ ଅସ୍ତ୍ର ତିଆରି କରୁଛନ୍ତି!
ନୂଆଦିଲ୍ଲୀ:ସାରା ବିଶ୍ଵ କରୋନା ଭୂତାଣୁ ମହାମାରୀ ବିରୋଧରେ ଲଢେଇ କରୁଛି। ଏଥିରୁ କିପରି ମୁକ୍ତି ପାଇବ ସେଇ ଚିନ୍ତାରେ ଥିବାବେଳେ ସେପଟେ ଚୀନ୍ର କରୋନା କରିବାର ପରେ ଆଉ ଏକ ନୂଆ ଷଡଯନ୍ତ୍ର ପ୍ରକାଶ ପାଇଛି। ଏକ ରିପୋର୍ଟରୁ ଜଣାପଡିଛି ଯେ ପାକିସ୍ତାନ ସହିତ ଚୀନ୍ର ଊହାନ୍ ଲ୍ୟାବ୍ ଗତ ପାଞ୍ଚ ବର୍ଷ ଧରି ବିପଜ୍ଜନକ ଜୈବିକ ଅସ୍ତ୍ର ଉପରେ ପରୀକ୍ଷଣ କରୁଛି। ଅଷ୍ଟ୍ରେଲୀୟ ୱେବସାଇଟ୍ ଦ କ୍ଲାକ୍ସନ୍ ପ୍ରକାଶ କରିଛି ଯେ ଚୀନ୍ ପାକିସ୍ତାନ ସହିତ ସେମାନଙ୍କର ସ୍ୱପ୍ନର ପ୍ରୋଜେକ୍ଟ ଇକୋନୋମିକ୍ କୋର୍ଡୋର ଏବଂ ରୋଡ୍ କନଷ୍ଟ୍ରକ୍ସନ୍ (China–Pakistan Economic Corridor –CPEC)ନାମରେ ବିଶ୍ୱକୁ ପ୍ରତାରଣା କରୁଛି। ଜୈବିକ ଅସ୍ତ୍ର ତିଆରି ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।
ୱବେସାଇଟ୍ ପ୍ରକାଶିତ ତଥ୍ୟ ଅନୁସାରେ ନିକଟରେ ଚୀନ୍ ଏବଂ ପାକିସ୍ତାନର ସେନା ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତିରେ ଊହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ( Wuhan Institute Of Virology )ରେ ସମ୍ଭାବ୍ୟ ଜୈବିକ ଅସ୍ତ୍ରଶସ୍ତ୍ର ବିକଶିତ କରିବା ପାଇଁ ଏକ ଚୁକ୍ତି କରିଛନ୍ତି। ଏଥିରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଚୀନ୍ର ଊହାନ ଲ୍ୟାବ ପାକିସ୍ତାନ ସହଯୋଗରେ ୨୦୧୫ ମସିହାରୁ ଜୈବିକ ଅସ୍ତ୍ରଶସ୍ତ୍ର ଉପରେ ପରୀକ୍ଷଣ କରୁଛି। ଏଥିମଧ୍ୟରେ ବିପଜ୍ଜନକ ଜୀବାଣୁ ଏବଂ ଭୂତାଣୁ ଅନ୍ତର୍ଭୁକ୍ତ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ପାକିସ୍ତାନ ଊହାନ ଇନଷ୍ଟିଚ୍ୟୁଟକୁ ଭାଇରସ ସଂକ୍ରମିତ କୋଷ ଯୋଗାଇ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଛି।
ରିପୋର୍ଟ ଅନୁଯାୟୀ, ହଜାର ହଜାର ପାକିସ୍ତାନୀ ପୁରୁଷ, ମହିଳା ଏବଂ ଶିଶୁଙ୍କ ରକ୍ତ ନମୁନା ଗବେଷଣା ପାଇଁ ନିଆଯାଇଥିଲା। ଏଥିରେ ପଶୁମାନଙ୍କ ସହିତ କାମ କରୁଥିବା ବ୍ୟକ୍ତି ଅନ୍ତର୍ଭୁକ୍ତ ଥିଲେ। ସେମାନଙ୍କୁ ଦୁର୍ଗମ ଅଞ୍ଚଳରେ ରହିବାକୁ କୁହାଯାଉଥିଲା। ସୂଚନାଯୋଗ୍ୟ ୨୦୧୮ ମସିହାରେ ପାକିସ୍ତାନ ସରକାର ସିପିଇସି ( CPEC )ରୁ ଓହରିଯିବାକୁ ଚାହୁଁଥିଲେ, କିନ୍ତୁ ସେଠାରେ ଅଧିକ ଶକ୍ତିଶାଳୀ ଥିବା ପାକିସ୍ତାନ ସେନା ଏହି ଚୁକ୍ତି ବାତିଲ କରିବାକୁ ମନା କରିଦେଇଥିଲ।।
Also Read:
ଚୀନ ଜାଣିବା ପାଇଁ ଅର୍ଥ ଦେଉଛି ନେପାଳ ଏନଜିଓକୁ; କାହିଁକି ଗୋର୍ଖାମାନେ ଭାରତୀୟ ସେନାରେ ଯୋଗ ଦେଉଛନ୍ତି?
ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କ ନାମରେ ମାଗୁଛନ୍ତି ଭୋଟ