Similipal: ଶିମିଳିପାଳ ଅଭୟାରଣ୍ୟରେ ନିଆଁ, ଲିଭା କାର୍ଯ୍ୟରେ ଲାଗିଛି ୪୦ ଦମକଳ

Share this:

ମୟୁରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ (Similipal Biosphere) ରେ ଗତ କିଛିଦିନ ହେବ ନିଆଁ (Wild Fire) ଲାଗିଛି। ଏହା ଏବେ ଭୟଙ୍କର ରୂପ ଧାରଣ କରିବାରୁ ନିଆଁ ଲିଭା କାର୍ଯ୍ୟରେ ୪୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛି। ଜଙ୍ଗଲୀ ନିଆଁ ଏତେ ଭୟଙ୍କର ଯେ ବନବିଭାଗର ୮୫୦ ଜଣ କର୍ମଚାରୀ ଏବଂ ୨୫୦ ଜଣ ଜଙ୍ଗଲ ଜଗୁଆଳୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି।

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣାରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର (Union Forest Minister Prakash Javadekar)ରିପୋର୍ଟ ଦେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଓ ପ୍ରତାପ ଷଡଙ୍ଗୀ (Pratap Sarangi) ଏହି ଘଟଣାକୁ ନେଇ

ପୂର୍ବରୁ ଉଦ୍‍ବେଗ ପ୍ରକାଶ କରିଥିଲେ। ଏହାସହ ଏହି ଘଟଣାରେ ଶ୍ରୀ ଜାବ୍‍ଡେକରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଶିମିଳିପାଳ ଜଙ୍ଗଲ ନିଆଁକୁ ଉଦ୍‌ବେଗଜନକ ବୋଲି କହି ପ୍ରକାଶ ଜାଭଡେକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ହସ୍ତକ୍ଷେପ ଲୋଡିଥିଲେ। ଚଳିତ ବର୍ଷ ଗ୍ରୀଷ୍ମର ପ୍ରାରମ୍ଭରେ ଜଙ୍ଗଲରେ ନିଆଁ ଲାଗିବା ପରିସ୍ଥିତିକୁ ଆହୁରି ବଢାଇ ଦେଇଛି।  ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଘଟଣା ପୂର୍ବ ବର୍ଷ ତୁଳନାରେ ଅଧିକ। ଫେବୃଆରୀ ୨୭ ରୁ ମାର୍ଚ୍ଚ ୧ ମଧ୍ୟରେ ଓଡିଶା ୧୯୫ ଟି ବଡ଼ ଅଗ୍ନିକାଣ୍ଡ ଘଟାଇଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଗତ ସାତ ଦିନ ମଧ୍ୟରେ ରାଜ୍ୟରେ ୭୩୦୦ରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଛି। ଯାହାକି ଦେଶରେ ସବୁଠାରୁ ଅଧିକ।

ସେହିଭଳି ଏହି ଘଟଣାରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ପିସିସିଏଫ୍‍. ୱାଇଲ୍ଡ ଲାଇଫ୍‍କୁ ଶିମିଳିପାଳ ଗସ୍ତକରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ସ୍ଥିତି ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

[amazon_auto_links id=”10233″]

Also Read | WhatsApp କଲିଂରେ ଅଧିକ ଡାଟା ଖର୍ଚ୍ଚ ହେଉଛି କି? ଆପଣାନ୍ତୁ ଏହି କୌଶଳ

Share this:

Leave a Reply

Your email address will not be published. Required fields are marked *