ଇଂଲଣ୍ଡ ବୋଲିଂ ରେ ୱେଷ୍ଟଇଣ୍ଡିଜ୍ ଧରାଶାୟୀ, ପ୍ରଥମ ଇନିଂସରେ ୨୮୭ ରେ ସୀମିତ

Share this:

ମଞ୍ଚେଷ୍ଟର : ମଞ୍ଚେଷ୍ଟରରେ  ଖେଳାଯାଉଥିବା  ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ରେ ଇଂଲଣ୍ଡ ର  ଶାଣିତ ବୋଲିଂ ରେ ୱେଷ୍ଟଇଣ୍ଡିଜ ନିୟମିତ ଭାବେ ଉଇକେଟ ହରାଇ ୨୮୭ ରନ୍ ରେ ସୀମିତ ଅଛି।

ୱେଷ୍ଟଇଣ୍ଡିଜ୍ ଇନିଂସ ଜନ୍ କ୍ୟାମ୍ପବେଲ୍ ଏବଂ କ୍ରେଗ୍ ବ୍ରାଥୱାଇଟ୍ ଆରମ୍ଭ କରିଥିଲେ ଏବଂ ପ୍ରଥମ  ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ମାତ୍ର ୧୬  ରନ୍ ସଂଗ୍ରହ ହୋଇଥିଲା  କ୍ୟାମ୍ପବେଲ ସାମ୍ କୁରନଙ୍କ ପ୍ରଥମ ଶିକାର ହୋଇଥିଲେ ୧୨  ରନ୍ ରେ  LBW ହୋଇଥିଲେ।  କାରିବିଆନ୍ ଦଳକୁ ଦ୍ୱିତୀୟ ଝଟକା ଡୋମ ବେସ୍ ଦେଇଥିଲେ। ସେ ଅଲଜାରୀ ଜୋସେଫଙ୍କୁ ୩୨ ରନ୍ ରେ ଓଲି ପପ୍ ଙ୍କ ଦ୍ଵାରା କ୍ୟାଚ  କରାଇଥିଲେ। ସାମ କୁରନ୍ ଇଂଲଣ୍ଡକୁ ତୃତୀୟ ସଫଳତା ଦେଇଥିଲେ  ଶାଇ ହୋପ୍ ନାମରେ ସେ ୨୫ ରନ୍ କରିଥିଲେ। କ୍ରେଗ ବ୍ରାଇଥୱାଇଟ୍ ଚମତ୍କାର ବ୍ୟାଟିଂ ଜାରିରଖି ୭୫ ରନ୍ କରିଥିଲେ। ବେନ୍ ଷ୍ଟୋକ୍ସ ନିଜ ବଲ ରେ କ୍ରେଗ ବ୍ରାଇଥୱାଇଟ୍ କୁ କ୍ୟାଚ୍ କରିଥିଲେ। ବ୍ରୁକ୍ସ ମଧ୍ୟ ଦଳ ପାଇଁ ୬୮ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ପ୍ରଥମ ଟେଷ୍ଟ ରେ ସ୍ଥାନ ପାଇନଥିବା ଷ୍ଟୁଆର୍ଟ ବ୍ରଡ ଙ୍କ ଦ୍ଵାରା LBW ହୋଇଥିଲେ।  ବ୍ରଡ୍ ତାଙ୍କ ଦଳକୁ ଷଷ୍ଠ ସଫଳତା ଆଣି ବ୍ଲାକ୍ଉଡ୍ କୁ ଶୂନ ରେ ବୋଲ୍ଡ କରିଦେଇଥିଲେ। ଖାତା ଖୋଲିବା ପୂର୍ବରୁ ବ୍ରଡ ଡ଼ାରଉଇଚ କୁ ଏଲବିଡବ୍ଲୁ ଆଉଟ କରିଥଲେ । ଅଧିନାୟକ ଜେସନ୍ ହୋଲ୍ଡର କୁ ୨ ରନ୍ ରେ କ୍ରିସ୍ ଭୋକ୍ସ ଆଉଟ କରିଥିଲେ। ରୋଷ୍ଟନ୍ ଚେଜ୍ କୁ ୫୧ ରନ୍ ରେ ମଧ୍ୟ କ୍ରିସ୍ ଭୋକ୍ସ ଆଉଟ କରିଥିଲେ। ଗାବ୍ରିଏଲ୍ ବିନା ରନ୍ ରେ ଆଉଟ ହୋଇଥିଲେ।

ଇଂଲଣ୍ଡ ପାଇଁ ପ୍ରଥମ ଇନିଂସରେ ବ୍ରଡ ଏବଂ ଭୋକ୍ସ ତିନୋଟି, କୁରନ ଦୁଇଟି ଓ  ବେସ ଏବଂ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ପ୍ରଥମ ଇନିଂସ ଆଧାର ରେ ଇଂଲଣ୍ଡ ୧୮୨ ରନର ଅଗ୍ରଣୀ ହାସଲ କରିଛି।  ​​ବର୍ତ୍ତମାନ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଚତୁର୍ଥ ଦିନର ଖେଳ ଶେଷ ପର୍ଯ୍ୟନ୍ତ ୨ ୱିକେଟ୍ ହରାଇ ୩୭  ରନ୍ ସଂଗ୍ରହ କରିଛି। ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ମୋଟ ଅଗ୍ରଣୀ ୨୧୯ ରନ୍ ହୋଇଛି। କ୍ରିଜରେ ବେନ ଷ୍ଟୋକ୍ସ ୧୬ ରେ ଏବଂ ଜୋ ରୁଟ୍ ୮ ରନ୍ ଅପରାଜିତ ରହିଛନ୍ତି।

ପୂର୍ବରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଇଂଲଣ୍ଡ ବ୍ୟାଟିଂ କରି ୯ ୱିକେଟ୍ ରେ  ୪୬୯ ରନ୍ ସଂଗ୍ରହ ବେନ୍ ଷ୍ଟୋକ୍ସ ଇନିଂସ ଇନିଂସ ସମାପ୍ତ ଘୋଷଣା କରିଥିଲେ। ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ଭଲ ଆରମ୍ଭ ହୋଇନଥିଲା । ଜୋସ୍ ବଟଲର ଖାତା ଖୋଲି ନପାରି ରୋଚର ଙ୍କ ବଲ ରେ  ଶୂନ ରନ୍ ରେ ଆଉଟ ହୋଇଥିଲେ।

FROM THE WEB

Share this: