ପୁରୀର ପବିତ୍ର ରଥ ଯାତ୍ରା ଅବସରରେ ଜନସାଧାରଣଙ୍କୁ ଉପ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ପୁରୀର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥ ଯାତ୍ରା ଅବସରରେ ଉପ ରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡ଼ୁ ଜନସାଧାରଣଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଏହି ଅବସରରେ ଏକ ବାର୍ତ୍ତାରେ ଉପ ରାଷ୍ଟ୍ରପତି କହିଛନ୍ତି ଯେ, “ପବିତ୍ର ରଥ ଯାତ୍ରା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭ କାମନା ।
ପୁରୀର ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାକୁ ଲୋକମାନେ ବେଶ୍ ଭକ୍ତିର ସହ ମାନିଥାନ୍ତି ଏବଂ ଓଡ଼ିଶାର ଏହି ଉତ୍ସବକୁ ସଭିଏଁ ଉତ୍କଣ୍ଠାର ସହ ପ୍ରତୀକ୍ଷା କରିଥାନ୍ତି। ରଥଯାତ୍ରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସାମ୍ବତ୍ସରିକ ଯାତ୍ରା ଯିଏ କି ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଲୋକମାନେ ବିଶ୍ୱାସ କରନ୍ତି ।ଏହି ରଥ ଯାତ୍ରାର ଭବ୍ୟ ଓ ବିରାଟ ଆୟୋଜନ ତଥା ରଥମାନଙ୍କର ଅପରୂପ ଶୋଭା ବାସ୍ତବିକ ଅତୁଳନୀୟ ।
ଯେତେବେଳେ ଭାରତ ତଥା ସମଗ୍ର ବିଶ୍ୱ କୋଭିଡ଼ ମହାମାରୀ ସଂକ୍ରମଣ ସହ ନିରନ୍ତର ଲଢ଼େଇ କରିଚାଲିଛି, ଆମେମାନେ ନିଜ ଘରେ ରହି ସମସ୍ତ ପାରମ୍ପରିକ ଉତ୍ସବାନୁଷ୍ଠାନ ମନାଉଛୁ । ଏଭଳି ପରିସ୍ଥିତିରେ, ଆମେ ନିଜକୁ ସଂଜତ ରଖି ନିରାଡ଼ମ୍ବର ଭାବେ ଚଳିତ ବର୍ଷ ଏହାକୁ ପାଳନ କରିବା ଉଚିତ ।ରଥ ଯାତ୍ରା ସହ ଜଡ଼ିତ ସକଳ ପ୍ରକାର ପବିତ୍ର ତଥା ଆଦର୍ଶ ଭାବନା ଆମକୁ ଉଦବୁଦ୍ଧ କରୁ ଏବଂ ଆମମାନଙ୍କ ଜୀବନରେ ଶାନ୍ତି ଓ ସଦ୍ଭାବନା ଭରିଦେଉ ବୋଲି ଉପରାଷ୍ଟ୍ରପତି କହିଛନ୍ତି।