ବିଖ୍ୟାତ ଲୋକଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକିଂ ଅଭିଯୋଗରେ ତିନି ଅଭିଯୁକ୍ତ ଗିରଫ

Share this:

ୱାଶିଂଟନ୍ : ଗତ କିଛିଦିନ ତଳେ ଓବାମା, ବିଡେନ,ବିଲ ଗେଟସ ସମେତ ଅନେକ ବିଶ୍ଵସ୍ତରୀୟ ବ୍ୟକ୍ତିମାନଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାଣ୍ଡେଲକୁ ହ୍ୟାକ୍ ଘଟଣା  ସାରା ବିଶ୍ଵରେ ହଇଚଇ ସୃଷ୍ଟି ହୋଇଥିଲା।  ଏହି ଘଟଣାରେ ଶୁକ୍ରବାର ଦିନ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେମାନେ ହେଲେ  ବ୍ରିଟେନର ୧୯ ବର୍ଷିୟ ମେସନ୍ ଶେପର୍ଡ ଯେ କି ଅନଲାଇନରେ  ଚିୱନ୍  ନାମରେ ପରିଚିତ , ୧୭ ବର୍ଷିୟ ଗ୍ରାହାମ୍ ଇଭାନ୍ କ୍ଲାର୍କ ଓ ଅର୍ଲାଣ୍ଡୋର 22 ବର୍ଷିୟ ନିମା ଫାଜେଲି (ଓକେ ରୋଲକ୍ସ)। ଆମେରିକାର ଆଟର୍ଣ୍ଣି ଡେଭିଡ ଆଣ୍ଡରସନ (Attorney David Anderson) ଏହି ସୂଚନା ଦେଇଛନ୍ତି।

ଖବର ଅନୁସାରେ ,ଏହି ନାବାଳକ ମାନଙ୍କୁ ଶୁକ୍ରବାର ସକାଳେ ଟାମ୍ପା  (Tampa) ରେ ଗିରଫ କରାଯାଇଥିଲା। ଏହି ସମଗ୍ର ହ୍ୟାକିଂ ମାମଲାରେ କ୍ଲାର୍କ ମାଷ୍ଟରମାଇଣ୍ଡ ଥିଲେ। ଏଫବିଆଇ(FBI) କହିଛି ଯେ ଏହି ସାଇବର ଆକ୍ରମଣରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ଏବଂ ସେମାନଙ୍କ ବିରୋଧରେ ହ୍ୟାକିଂ ମାମଲା ରୁଜୁ ହୋଇଛି। ଶୁକ୍ରବାର ଦିନ ଟ୍ୱିଟର ରିପୋର୍ଟ କରିଛି ଯେ ଏହି ଆକ୍ରମଣ ପଛରେ ଥିବା ହ୍ୟାକରମାନେ ସିଷ୍ଟମରେ ଭାଙ୍ଗିବା ପାଇଁ ‘ଟେଲିଫୋନ୍ ଫିସିଂ'(Telephone Phising ) ବ୍ୟବହାର କରିଥିଲେ।

ସୂଚନାଯୋଗ୍ୟ,ଚଳିତ  ମାସରେ  ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ଅନେକ କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କ ଆକାଉଣ୍ଟ ହଠାତ୍ ହ୍ୟାକ୍ ହୋଇଗଲା ଏବଂ ହ୍ୟାକର୍ମାନେ ଏହା ମାଧ୍ୟମରେ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କଠାରୁ କ୍ରିପ୍ଟୋକରେନ୍ସି ବିଟକଏନ୍ ମଧ୍ୟ ଦାବି କଲେ।  ହ୍ୟାକିଂ ମାମଲାର କିମ୍ବଦନ୍ତୀଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା (Barack Obama) ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ (Joe Biden), ,ଟେସଲା (Tesla) ଏବଂ ସ୍ପେସ୍ ଏକ୍ସ (SpaceX) ପ୍ରତିଷ୍ଠାତା ଏଲୋନ୍ ମସ୍କ ( Elon Musk),  ମାଇକ୍ରୋସଫ୍ଟ  ପ୍ରତିଷ୍ଠାତା ବିଲ ଗେଟ୍ସ (Bill Gates) ଆମାଜନ ସିଇଓ ଜେଫ ବେଜୋସ (Jeff Bezos), ରାପର କାନି ୱେଷ୍ଟ (Kanye West) ଙ୍କ ବ୍ୟତୀତ, ବିଲ ବ୍ଲୁମେଟ, ମାଇକେଲ ବ୍ଲୁମବର୍ଗ ଏବଂ ୱାରେନ ବଫେଟ। ଏହା ବ୍ୟତୀତ ଅନେକ ବିଟକଏନ୍ ସଂସ୍ଥା ମଧ୍ୟ ଏହି ହ୍ୟାକିଂ ମାମଲାରେ ଶିକାର ହୋଇଥିଲେ। ଏଥିରେ ଅନେକ ବିଟକଏନ୍ ସ୍ପେସିଆଲିଟି ଫାର୍ମଗୁଡିକ ମଧ୍ୟ ଥିଲେ।  

From The Web

Share this: