Covid Cases in Odisha: ଆଜି ଓଡିଶାରୁ ୨୩୩ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: Covid-19 Cases in Odisha State Dashboard in last 24 hours district wise ଗତକାଲି ଓଡ଼ିଶାରୁ ୨୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୩୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୩୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୯୭ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବାଲେଶ୍ଵରରୁ ୭ଜଣ, ବରଗଡ଼ରୁ ୭ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରିରୁ ୧୨ଜଣ, ବୌଦରୁ ୨ଜଣ, କଟକରୁ ୩୧ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଓଗଡରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତିରୁ ଜଣେ, ଗଞ୍ଜାମରୁ ୪ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୨ଜଣ, ଝାରସୁଗୁଡାରୁ ଜଣେ, କଳାହାଣ୍ଡିରୁ ୯ଜଣ, କନ୍ଧମାଳରୁ ୩ଜଣ, କେଉଁଝରରୁ ୨ଜଣ, ଖୋର୍ଦ୍ଧାରୁ ୫୩ଜଣ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୧୦ଜଣ, ନବରଂଗପୁରରୁ ୧୧ଜଣ, ନୟାଗଡରୁ ୯ଜଣ, ନୂଆପଡ଼ାରୁ ୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୮ଜଣ, ରାୟଗଡାରୁ ୨ଜଣ, ସମ୍ବଲପୁରରୁ ୯ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡରୁ ୨୪ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୧୧ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୪ ଲକ୍ଷ ୧ ହଜାର ୬୫୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୧ହଜାର ୫୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୬୭ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୦ ହଜାର ୭୧୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୩୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

mahimalive news

Read Also | Your Favourite Electronics Brands

Best Mobiles Under 15000
Share this:

Leave a Reply

Your email address will not be published. Required fields are marked *