ତାଳଚେର ରେ ଶ୍ରମିକ ସଂଘଠନ ଙ୍କ ତିନିଦିନିଆ ଧର୍ମଘଟ ଆରମ୍ଭ;କୋଇଲା ଉତ୍ପାଦନ ବାଧାପ୍ରପ୍ତ

Share this:

ତାଳଚେର : (ମହିମାଲାଇଭ ) ସର୍ବଭାରତୀୟ ସ୍ତରରେ ଦିଆଯାଇଥିବା କୋଇଲାଖଣି ଧର୍ମଘଟ ସହିତ ତାଳଚେର ଅଞ୍ଚଳ ରେ ଥିବା କୋଇଲା ଖଣି ଶ୍ରମିକ ସଂଘଠନ ତରଫରୁ ଆଜିଠାରୁ  ତିନିଦିନିଆ ଧର୍ମଘଟ  ଆରମ୍ଭ ହୋଇଛି। ତାଳଚେର ରେ ଥିବା ସମସ୍ତ  କୋଇଲାଖଣି ଗୁଡିକରେ ଉତ୍ପାଦନ ରେ ବାଧାପ୍ରପ୍ତ ହୋଇଛି।

ଟ୍ରେଡ ୟୁନିଅନର ପ୍ରମୁଖ ଦାବି :

କୋଇଲା କୁ ବ୍ୟବସାୟିକ ଖଣି  କରିବା ନିଷ୍ପତ୍ତି ଫେରାଇ ନିଆଯାଉ

କୋଇଲା ଶିଳ୍ପର ଘରୋଇକରଣ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍

CMPDIL କୁ କୋଲ ଇଣ୍ଡିଆ ରୁ ଅଲଗା କରା ନଯାଉ

ପଞ୍ଚମ ବେତନ ଚୁକ୍ତି ଅନୁଯାୟୀ ୯.୩.୦ ଡାକ୍ତରୀ ଅଯୋଗ୍ୟ ଶ୍ରମିକଙ୍କ ନିର୍ଭରଶୀଳ ନକଟବର୍ତ୍ତୀ କୁ ଚାକିରି ଦିଆଯାଉ

ସୂଚନା ଯୋଗ୍ୟ , ଏହି ଧର୍ମଘଟକୁ ରୋକିବା ପାଇଁ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୁଧବାର ସନ୍ଧ୍ୟାରେ ଟ୍ରେଡ ୟୁନିଅନର ପ୍ରତିନିଧୀଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଥିଲେ କିନ୍ତୁ  ବୈଠକ ବିଫଳ ହେବା ପରେ ଟ୍ରେଡ ୟୁନିଅନ ଧର୍ମଘଟ କରିଛନ୍ତି। ଜୁଲାଇ ୨  ରୁ ୪  ପର୍ଯ୍ୟନ୍ତ ତିନି ଦିନିଆ ଧର୍ମଘଟର ଡାକରା ଦିଆଯାଇଛି। ଏଥିରେ ବିଏମସ , ଆଇଏନଟିୟୁସି ,ଏଚ ଏମଏସ , ସିଟୁ , ଏଆଇଟିୟୁସି  ସହିତ ଅନ୍ୟାନ୍ୟ ଅନେକ ସଂସ୍ଥା ଅନ୍ତର୍ଭୁକ୍ତ।

Share this: