Breaking Newsଓଡ଼ିଶା

ବାହୁଡ଼ା ଯାତ୍ରା ଶେଷ,ସିଂହଦ୍ୱାର ରେ ତିନି ରଥ;ଆଜି ସୁନାବେଶ

Share this:

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରୁ ବଡଦେଉଳ ଅଭିମୁଖେ ନଅ ଦିନର ଯାତ୍ରା ଶେଷ  କରି ଫେରିଆସିଛନ୍ତି। ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା ନିର୍ଦ୍ଧାରିତ ସମୟ ରେ ସମାପନ ହୋଇଛି। ପ୍ରଥମେ ପ୍ରଭୁ ବଳଦେବଙ୍କ ତାଳଧ୍ୱଜ୨ ଟା ୪୫ ମିନିଟ, ମା’ସୁଭଦ୍ରା ଙ୍କ ଦେବଦଳନ ରଥ ୩ ଟା ୦୫ ମିନିଟ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥ  ଅପରାହ୍ନ ୪ଟା ୩୫ ମିନିଟ ରେ  ସିଂହଦ୍ୱାର ସାମ୍ନାରେ ପହଞ୍ଚିଛନ୍ତି।

ବାହୁଡ଼ା ଯାତ୍ରା ଅବସରରେ ପ୍ରଥମେ ପ୍ରଭୁ ବଳଦେବଙ୍କ ତାଳଧ୍ୱଜ ରଥକୁ ପୂର୍ବାହ୍ନ ୧୧ଟା ୨୫ରେ ଟଣା ଯାଇଥିଲା। ଦର୍ପଦଳନ ଗଡ଼ିବା ପରେ ଅପରାହ୍ନ ୧ଟା ୨୧ରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରୁ ବଡଦେଉଳ ଅଭିମୁଖେ ଫେରିଆସିଛନ୍ତି।

Share this: