Social security in Odisha: ଭତ୍ତାଧାରୀଙ୍କୁ ମିଳିବ ୩୦୦ ଟଙ୍କାର ଶୀତ ସହାୟତା
ଭୁବନେଶ୍ୱର: Social security in Odisha ସାମାଜିକ ସୁରକ୍ଷା ହିତାଧିକାରୀମାନଙ୍କୁ ଓଡ଼ିଶା ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ। ପ୍ରତ୍ୟେକ ହିତାଧିକାରୀଙ୍କୁ ଏକକାଳୀନ ତିନିଶହ ଟଙ୍କା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି।
ସୂଚନାଅନୁସାରେ ଡିସେମ୍ବର ମାସରେ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ସିଧାସଳଖ ଏହି ୩ଶହ ଟଙ୍କା ଜମା କରାଯିବ। ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ପ୍ରାୟ ୪୮ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଶୀତକାଳୀନ ସହାୟତାର ଲାଭ ପାଇବେ। ରାଜ୍ୟ ସରକାର ଏହି ବାବଦରେ ପ୍ରାୟ ୧୪ କୋଟି ୬୨ ଲକ୍ଷ ଟଙ୍କା ମଂଜୁର କରିଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରୁ ସୂଚନା ରହିଛି।

ସୂଚନାଯୋଗ୍ୟ ପୂର୍ବରୁ ସାମାଜିକ ସୁରକ୍ଷା ହିତାଧିକାରୀମାନଙ୍କୁ (Social security in Odisha) ପ୍ରତ୍ୟେକଙ୍କୁ ଶହେ ଟଙ୍କାର ଗ୍ରୀଷ୍ମକାଳୀନ ସହାୟତା ପ୍ରଦାନ କରାଯାଇଥିଲା।
Read Also
- Maha Vishuba Sankranti: ମହାବିଷୁବ ସଂକ୍ରାନ୍ତି 2026 ଓଡ଼ିଆ ନବବର୍ଷର ଗୁରୁତ୍ୱ, ପରମ୍ପରା ଓ ପାଳନ ପ୍ରଣାଳୀ

- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

