ପ୍ରଥମ ଥର ପାଇଁ ଭାରତୀୟ ରେଳ ବାଂଲାଦେଶକୁ ପଠାଇଲା ସ୍ୱତନ୍ତ୍ର ପାର୍ସଲ ଟ୍ରେନ

Share this:

ରେଡ୍ଡୀପାଲମ (ଗୁଣ୍ଟୁର) ରୁ ଶୁଖିଲା ଲଙ୍କା ଗଲା ବେନାପୋଲ (ବାଂଲାଦେଶ)

ପ୍ରଥମଥର ନିମନ୍ତେ ଭାରତୀୟ ରେଳବାଇ ବାଂଲାଦେଶର ବେନାପୋଲକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ରେଡ୍ଡୀପାଲମରୁ ଶୁଖିଲା ଲଙ୍କା ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପଠାଇଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଓ ଏହାର ଆଖପାଖ ଅଞ୍ଚଳ ଲଙ୍କା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। ଗୁଣବତ୍ତା ଓ ସ୍ଵାଦ ଦୃଷ୍ଟିରୁ ଏହି ଲଙ୍କାର ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ରହିଛି। ଆଗରୁ ଗୁଣ୍ଟୁର ଅଞ୍ଚଳର ବ୍ୟବସାୟୀ ଓ ଚାଷୀମାନେ ସଡକ ପଥରେ ବାଂଲାଦେଶକୁ ଲଙ୍କା ରପ୍ତାନି କରୁଥିଲେ। ଟନ ପିଛା ଏଥିପାଇଁ ୭ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା। ଲକଡାଉନ ଯୋଗୁଁ ସେମାନେ ସଡକ ପଥରେ ଲଙ୍କା ପଠାଇବା ସମ୍ଭବ ହେଲା ନାହିଁ। ରେଳ କର୍ତ୍ତୃପକ୍ଷ ସେମାନଙ୍କ ସହ କଥାବାର୍ତ୍ତା କରି ରେଳ ଦ୍ଵାରା ଏହା ପଠାଯାଇପାରିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଲେ ଓ ମାଲବାହୀ ଟ୍ରେନ ଯୋଗେ ଏହି ଲଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଗଲା।

ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଗୁଣ୍ଟୁର ମଣ୍ଡଳ ପକ୍ଷରୁ ଥରକେ ସର୍ବାଧିକ ପାଞ୍ଚଶହ ଟନ ପର୍ଯ୍ୟନ୍ତ ଲଙ୍କା ପଠାଇବାକୁ ନିଷ୍ପତ୍ତି ହେବା ପରେ ୧୬ ଟି ଡବା ବିଶିଷ୍ଟ ଏକ ସ୍ଵତନ୍ତ୍ର ପାର୍ସଲ ଏକ୍ସପ୍ରେସ ଟ୍ରେନ ବାଂଲାଦେଶର ବେନାପୋଲ ଅଭିମୁଖେ ଯାତ୍ରା କରିଥିଲା। ପ୍ରତ୍ୟେକ ଡବାରେ ୪୬୬ ଟି ବସ୍ତା ଲେଖାଏଁ ଶୁଖିଲା ଲଙ୍କା ବୋଝେଇ ହୋଇଥିଲା। ବସ୍ତା ପିଛା ୧୯.୯ଟନ ଶୁଖିଲା ଲଙ୍କା ଏହିପରି ମୋଟ ୩୮୪ ଟନ ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପରିବହନ ପରିବନ କରାଯାଇଛି। ପାର୍ସଲ ଟ୍ରେନରେ ଟନ ପିଛା ୪୬୦୮ଟଙ୍କା ଦେୟ ଦେବାକୁ ପଡୁଥିବା ବେଳେ ସଡକ ପଥରେ ଟନ ପିଛା ୭ ହଜାର ଟଙ୍କା ଭଡା ବାବଦକୁ ଖର୍ଚ୍ଚ ହେଉଥିଲା।

କୋଭିଡ-୧୯ ଲକଡାଉନ ସମୟ ରେ ଭାରତୀୟ ରେଳବାଇ ଅଧିକରୁ ଅଧିକ ପାର୍ସଲ ଟ୍ରେନ ଚଳାଇବା ପାଇଁ ଅନେକ ପଦକ୍ଷେପ ନେଇଛି। ମେଡିକାଲ ଯନ୍ତ୍ରପାତି, ଖାଦ୍ୟ ପଦାର୍ଥ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାର୍ସଲ ଟ୍ରେନ ଯୋଗେ ପରିବହନ କରାଯାଉଛି। ଗତ ମାର୍ଚ୍ଚ ୨୨ ରୁ ଚଳିତ ମାସ ୧୧ ମଧ୍ୟରେ ରେଳବାଇ ପକ୍ଷରୁ ୪୪୩୪ ଟି ପାର୍ସଲ ଟ୍ରେନ ଚଳାଯାଇଛି।

Share this: