ଆରବିଆଇ ସରକାରଙ୍କୁ ୫୭ ହଜାର କୋଟିରୁ ଅଧିକ ଟଙ୍କା ଲାଭାଂଶ ଦେବ
ନୂଆଦିଲ୍ଲୀ:ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ) ଶୁକ୍ରବାର ଦିନ ସରକାରଙ୍କୁ ଆର୍ଥିକ ବର୍ଷ ୨୦୧୯ -୨୦ ପାଇଁ ୫୭ ହଜାର ୧୨୮ କୋଟି ଟଙ୍କା ଡିଭିଡେଣ୍ଡ ଦେବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବ୍ୟାଙ୍କ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ତେବେ, କଣ୍ଟିଜେନ୍ସି ରିସ୍କ ବଫର (Risk Buffer)କୁ ୫.୫ % ବଜାୟ ରଖିବାକୁ କେନ୍ଦ୍ରୀୟ ବ୍ୟାଙ୍କ ବୋର୍ଡ ନିଷ୍ପତ୍ତି ନେଇଛି।
ଆରବିଆଇ ଏକ ସରକାରୀ ବିବୃତ୍ତିରେ କହିଛି ଯେ ବୋର୍ଡ ବର୍ତ୍ତମାନର ଆର୍ଥିକ ସ୍ଥିତିର ସମୀକ୍ଷା କରିଛି। କୋଭିଡ -୧୯ ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ଆରବିଆଇ ଏହାର ସମୀକ୍ଷା ପାଇଁ ପଦକ୍ଷେପ ନେଇଛି। ଗତ ବର୍ଷରେ ବ୍ୟାଙ୍କର କାର୍ଯ୍ୟକଳାପ ସହ ଜଡିତ ବିଭିନ୍ନ କ୍ଷେତ୍ର ଉପରେ ବୋର୍ଡ ଆଲୋଚନା କରିଥିଲା। ୨୦୧୯-୨୦ପାଇଁ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଏବଂ ଆକାଉଣ୍ଟ ଉପରେ ମଧ୍ୟ ଆଲୋଚନା ହୋଇଛି।