୧୯ ଆସନ ପାଇଁ ରାଜ୍ୟସଭା ନିର୍ବାଚନ : ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଦିଗବିଜୟ ସିଂ ବିଜୟୀ

Share this:

ବିଜେବି କୁ ୮ ଓ କଂଗ୍ରେସ କୁ ୪  ସିଟ

ଶୁକ୍ରବାର ଦିନ  ଦେଶର 19 ଟି ରାଜ୍ୟରେ 19 ଟି ରାଜ୍ୟସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସମସ୍ତ 19 ଟି ଆସନର ଫଳାଫଳ ପ୍ରକାଶ ପାଇଛି। ଗୁଜୁରାଟ, ଓ  ରାଜସ୍ଥାନ ଏ ଦୁଇ ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହୋଇଥିଲା କିନ୍ତୁ ଅନ୍ୟ ରାଜ୍ୟରେ ସ୍ଥାନୀୟ ଦଳର ପ୍ରଭାବ ଅଧିକ ଦେଖାଯାଉଥିଲା।

ରାଜ୍ୟସଭା ନିର୍ବାଚନ ଫଳାଫଳ ବିଷୟରେ କହିବାକୁ ଗଲେ ବିଜେପିର ୮ ଟି ସିଟ୍ ଥିବାବେଳେ କଂଗ୍ରେସ କୁ  ୪ ଟି ସିଟ୍ ମିଳିଛି। ଅନ୍ୟପକ୍ଷରେ,ଆନ୍ଧ୍ରପ୍ରଦେଶର ୱାଇ ଏସ ଆର  କଂଗ୍ରେସ ପାର୍ଟି ୪ ଆସନ ହାସଲ  କରିଛି।ସେହିପରି ଏନପିପି ,ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଓ  ମେଘାଳୟ ଡେମୋକ୍ରାଟିକ୍ ଆଲାଇନ୍ସ (ଏମଡିଏ ) କୁ ଗୋଟିଏ ଗୋଟିଏ ଆସନ ମିଳିଛି।

ମଧ୍ୟପ୍ରଦେଶ ରାଜ୍ୟସଭା ଆସନରୁ  ବିଜେପି ପକ୍ଷରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିଂହ ସୋଲାଙ୍କି ଜିତିଥିବାବେଳେ କଂଗ୍ରେସ ପକ୍ଷରୁ ଦିଗବିଜୟ ସିଂହ ବିଜୟୀ ହୋଇଛନ୍ତି।

ଆନ୍ଧ୍ର ପ୍ରଦେଶରେ ୱାଇଏସ୍ଆର୍ କଂଗ୍ରେସର ୪ ଜଣ ବିଜୟୀ  ହେଲେ  ଆଲ୍ଲା ଅଯୋଧ୍ୟାରାମିରେଡ୍ଡି ,ପିଲ୍ଲି ସୁଭାଷ ଚନ୍ଦ୍ର ବୋଷ, ପରିମଳ ନଟୱାନି ଓ ମୋପିଡେଭି ଭେଙ୍କଟ ରମନା।

ମେଘାଳୟରେ ନ୍ୟାସନାଲ ପିପୁଲ୍ସ ପାର୍ଟିର ପ୍ରାର୍ଥୀ ୱାଇ ଆର୍ ଖରଲୁଖି ବିଜୟୀ ହୋଇଛନ୍ତି।

ଝାଡ଼ଖଣ୍ଡରେ ଦୁଇଟି ଆସନ ମଧ୍ୟରୁ ଗୋଟିଏ ଆସନରେ ଜେଏମଏମର ଶିବୁ ସୋରେନ୍ ଓ ଅନ୍ୟ ଆସନରେ ବିଜେପି ପ୍ରାର୍ଥୀ ଦୀପକ ପ୍ରସାଦ ବିଜୟୀ ହୋଇଛନ୍ତି।

ମଣିପୁରରେ ବିଜେପି ପ୍ରାର୍ଥୀ କେ ଭାନାଲାଭେନା  ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

ରାଜସ୍ଥାନର ତିନୋଟି ଖାଲି ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା। ଏଥିରୁ କଂଗ୍ରେସ ଦୁଇଟି ଆସନ ଜିତିଥିବା ବେଳେ ଗୋଟିଏ ସିଟ୍ ବିଜେପି ଖାତା କୁ ଯାଇଛି। ବିଜେପି ରୁ  ରାଜେନ୍ଦ୍ର ଗେହଲୋଟ୍ ,କଂଗ୍ରେସ ରୁ  କେ.ସି ଭେନୁଗୋପାଲ ଏବଂ ନୀରଜ ଡାଙ୍ଗୀ ଜିତିଛନ୍ତି।

ଗୁଜୁରାଟର ଚାରିଟି ରାଜ୍ୟସଭା ଆସନରେ ଅନୁଷ୍ଠିତ ନିର୍ବାଚନରେ ​​ତିନିଟି ଆସନ ବିଜେପି କୁ ଯାଇଥିବାବେଳେ କଂଗ୍ରେସ ଗୋଟିଏ ଆସନ ହାସଲ କରିବାରେ ସଫଳ ହୋଇଛି। ଏହି ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଅଭୟ ଭରଦ୍ୱାଜ, ରାମିଲାବେନ ବାରା ଏବଂ ନରହରି ଆମିନ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଶକ୍ତି ସିଂ ଗୋହିଲ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି।

Share this: