ରଥଯାତ୍ରା ନୀତିକାନ୍ତିର ସମୟ

Share this:

ପୁରୀ : (ମହିମା ଲାଇଭ) ରାତି ପାହିଲେ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ  ନୀତିକାନ୍ତିର ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି। ସକାଳ ୩ ଘଣ୍ଟିକା ରୁ ମଙ୍ଗଳଆଳତି ସହ ଦିନ ୧୨ଟାରେ ରଥଟଣା ଆରମ୍ଭ ହେବ । ସେହିପରି ପ୍ରାତଃ ୩ଟା ୧୫ମିନିଟ ସମୟରେ ମଇଲମ ନୀତି ଆରମ୍ଭ ହେବ।  ୩ଟା ୩୦ରେ ତଡ଼ପ ଲାଗି ଓ ଭୋର ୪ଟାରେ ରୋଷହୋମ କରାଯିବ।   ଭୋର ୪ଟା ୩୦ମିନିଟରେ ଅବକାଶ, ୪ଟା ୪୫ରେ ସୂର୍ଯ୍ୟ ପୂଜା ଏବଂ ସକାଳ ୫ଟାରେ ଦ୍ୱାରପାଳ ପୂଜା ନୀତି ହେବ।

ସେହିଭଳି ୫.୩୦ରୁ ୬.୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡ଼ି ଭୋଗ) ହେବ। ତା’ପରେ ୬.୪୫ ରେ  ରଥ ପ୍ରତିଷ୍ଠା  ଓ  ମଙ୍ଗଳାର୍ପଣ କରାଯିବ। ସକାଳ ୭ଟାରେ ପହଣ୍ଡି ଆରମ୍ଭ ହୋଇ ଦିନ ୧୦ଟାରେ ପହଣ୍ଡି ଶେଷ ହେବ। ଦିନ ୧୦ଟାରୁ ୧୦.୩୦ ମଧ୍ୟରେ ମଦନ ମୋହନ ବିଜେ କରିବେ। ୧୦.୩୦ରୁ ୧୧ଟା ମଧ୍ୟରେ ଚିତା ଲାଗି କରାଯିବ। ଦିନ ୧୧ଟାରୁ ୧୧.୩୦ ମଧ୍ୟରେ ତିନି ଠାକୁରଙ୍କ ବେଶ ଶେଷ ହେବ। ସେହିପରି ଦିନ ୧୧.୩୦ରୁ ଛେରା ପହଁରା ଆରମ୍ଭ ହୋଇ ୧୨.୧୫ ମଧ୍ୟରେ ଶେଷ ହେବ। ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା କାମ ଦିନ  ୧୧.୪୫ ରୁ ୧୨.୩୦ ମଧ୍ୟରେ ଶେଷ ହେବ। ଦିନ ୧୨ଟାରେ ରଥ ଟଣା ଆରମ୍ଭ ହେବ। ରଥ ଟଣା ଶେଷ ହେବାପରେ ଅନ୍ୟାନ୍ୟ ନୀତି ହେବ ବୋଲି ବୋଲି ଶ୍ରୀମନ୍ଦିର ତରଫରୁ ଜଣାପଡିଛି।

Share this: