President Droupadi Murmu: ରାଷ୍ଟ୍ରପତି ବଡ଼ଦାଣ୍ଡରେ ଭାବବିହ୍ଵଳ

Share this:

ଭୁବନେଶ୍ୱର: President Droupadi Murmu ଆଜି ଗୁରୁବାର ୨ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ଏକ ସ୍ଵତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ରାଷ୍ଟ୍ରପତି ଆଜି ପୂର୍ବାହ୍ନ ୧୦.୫୦ରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜପାଳ ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟ ଶାସନ ସଚିବ ସ୍ଵାଗତ କରିଛନ୍ତି। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ସେ ପୁରୀ ଅଭିମୁଖେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଛନ୍ତି।

ରାଷ୍ଟ୍ରପତି ଚପରରୁ ତାଳବଣିଆରେ ଓହ୍ଲାଇବା ପରେ ସଡ଼କପଥରେ ଶ୍ରୀମନ୍ଦିର ଆସିଛନ୍ତି। ପରେ କାରରେ ଶ୍ରୀମନ୍ଦିରକୁ ଆସୁଥିବା ବେଳେ ମେଡିକାଲ ଛକରେ କାରରୁ ଓହ୍ଲାଇଗଲେ। ସେଠାରେ ମହାବାହୁଙ୍କୁ ହାତଟେକି ନିଜର ଭକ୍ତିଭାବ ପ୍ରଦର୍ଶନ କରିଥିଲେ। ସେ ସେଠାରୁ ଚାଲି ଚାଲି ଆସିଲେ। ଇତିହାସ ସୃଷ୍ଟି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu) । ସେ ମେଡିକାଲ ଛକରୁ ବଡଦାଣ୍ଡରେ ଚାଲି ଚାଲି ଆସି ଦର୍ଶନ କଲେ। ସେ ଅରୁଣସ୍ତମ୍ଭ ସ୍ପର୍ଶ କରି ଆଶୀର୍ବାଦ ନେଲେ। ବାଇଶି ପାହାଚ ଦେଇ ଯିବା ବେଳେ ପ୍ରତି ପାହାଚକୁ ସ୍ପର୍ଶ କରି ସେ ମୁଣ୍ଡିଆ ମାରିଛନ୍ତି।


ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଓ ରାଷ୍ଟ୍ରପତିଙ୍କ କନ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ୱାର ନିକଟରେ ତାଙ୍କୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ଵାଗତ କରିଛନ୍ତି।

bags_amazon-discounts

Read Also | Corona Odisha : ଆଜି ବଢିଛି ସଂକ୍ରମଣ, କଟକରୁ ସର୍ବାଧିକ

Share this:

Leave a Reply

Your email address will not be published. Required fields are marked *