ପୋଲିସକୁ ଫିଟ ଚିନ୍ତା,ଇନକ୍ରିମେଣ୍ଟ ହୋଇପାରେ ବନ୍ଦ

Share this:

ଭୁବନେଶ୍ଵର : ମାସକ ମଧ୍ୟରେ କମିସନରେଟ୍ ପୁଲିସର ସମସ୍ତ କର୍ମକର୍ତ୍ତାଙ୍କୁ ପେଟ କମାଇବାକୁ କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। କମିସନରେଟ୍ ପୁଲିସର ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ ଫିଟ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର। କରୋନା କଟକଣା ସମୟରେ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେଣୁ କରୋନା ସମୟରେ ସମସ୍ତଙ୍କ ସୁରକ୍ଷା ଭାର ବହନ କରୁଥିବା କମିସନରେଟ୍ ପୁଲିସ ଫିଟନେସକୁ ଗୁରୁତ୍ୱ ଦେଇଛି। ଏଭଳି ଶାରୀରିକ ଅବସ୍ଥା ରହିଲେ ବିଭିନ୍ନ ସଂକ୍ରମଣ ବ୍ୟକ୍ତି ପାଇଁ ଅଧିକ ବିପଦ ସୃଷ୍ଟି କରେ।

ସେ କହିଲେ କରୋନା ମହାମାରୀ ପୃଥିବୀକୁ ମୌଳିକ ଭାବେ ପ୍ରଭାବିତ କରିଛି। ହୁଏତ କିଛି ମାସ ମଧ୍ୟରେ ମହାମାରୀ ସ୍ଥିତି ନିୟନ୍ତ୍ରଣକୁ ଆସିପାରେ। କିନ୍ତୁ ପୃଥିବୀ ପୁଣି କୋଭିଡ଼ ପୂର୍ବ ସ୍ଥିତିକୁ ଫେରି ପାରିବ ନାହିଁ। ଏଥିପାଇଁ ବର୍ଭମାନର ସ୍ଥିତିରୁ ଶିକ୍ଷାଲାଭ କରି ସମସ୍ତଙ୍କୁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ଟିକ ସ୍ଵାସ୍ଥ୍ୟର ଯତ୍ନ ନେବାକୁ ହେବ। ଆମ କର୍ମଚାରୀମାନେ ପ୍ରାରମ୍ଭିକ ପ୍ରଶିକ୍ଷଣ ସମୟରେ ବ୍ୟାପକ ଖେଳକୁଦ କରନ୍ତି ଓ ସ୍ଵାସ୍ଥ୍ୟବାନ ହୋଇ ବିଭାଗରେ ଯୋଗ ଦିଅଛି। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉ ନାହାନ୍ତି। ଫଳତଃ, ସମୟକ୍ରମେ ସେମାନେ ରକ୍ତଚାପ, ମଧୁମେହ, ଅତ୍ୟଧିକ ମେଦ ଭଳି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଏଭଳି ଶାରୀରିକ ଅବସ୍ଥା ଥିଲେ ବିଭିନ୍ନ ସଂକ୍ରମଣ ବ୍ୟକ୍ତିପାଇଁ ଅଧିକ ବିପଦ ସୃଷ୍ଟି କରେ। ଭବିଷ୍ୟତରେ ନୁଆ ଭୂତାଣୁ ମଧ୍ୟ ଦେଖା ଦେଇପାରେ। ଏହାଛଡା କଣେ ପୋଲିସ୍‌ କର୍ମଚାରୀ ସୁସ୍ଥ, ସବଳ ଓ କର୍ମଠ ରହିବା ଏକ ବୃତିଗତ ଆବଶ୍ୟକତ। ନିର୍ଦ୍ଦେଶ ଦିଆଗଲା ଯେ ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ଉଚ୍ଚତା ଓ ଓଜନ ମାପ କରାଯିବ। ଏହାପରେ ସେମାନଙ୍କୁ

ବିଏମଆଇ  (Body Mass Index) ବା ବୟସ ଓ ଉଚ୍ଚତା ଅନୁଶାରେ ଆନୁପାତିକ ଓଜନ କେତେ  ହବା କଥା ଜଣେଇ ଦିଆଯିବ। ଏହି ପ୍ରକ୍ରିୟା ଜୁଲାଇ ୩୦ ତାରିଖ ମଧ୍ୟରେ ଶେଷ କରାଯିବ। ଏ ସଂକ୍ରାନ୍ତୀୟ ତଥ୍ୟ ପୋଲିସ ଡାକ୍ତରଖାନାରେ ରଖାଯିବ। ପୁଣି ତିନି ମାସ ପରେ, ଅର୍ଥାତ, ନଭେମ୍ବର ମାସରେ ସମସ୍ତଙ୍କ ଓଜନ ନିଆଯିବ ଓ ଦେଖାଯିବ ଯେ ସେମାନେ ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି ନା ନାହିଁ।

ଆଗରୁ ମୋଟା ହେବା ନହେବା ଜନ୍ମ ମୃତ୍ୟୁର ପ୍ରଶ୍ନ ନଥିଲା । ବର୍ତ୍ତମାନ ପରିସ୍ଥିତିରେ ବେପରୁଆ ହୋଇ ନିଜ ସ୍ୱାସ୍ଥ୍ୟର ଯତ୍ନ ନନେବା ଘାତକ ସିଦ୍ଧ ହୋଇପାରେ। ଏଥିପାଇଁ ସମସ୍ତେ ଏହି ନିର୍ଦ୍ଦେଶକୁ ନିଜ ହିତ ଦୃଷ୍ଟିରୁ କଡି ପାଳନ କରିବାକୁ ପରାମର୍ଶ ଦିଆଗଲା।

ଯେଉଁମାନେ ଏହି ଆଦେଶକୁ ଗୁରୁତ୍ଵ ଦେବେ ନାହିଁ ସେମାନଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯଥା ଇନକ୍ରିମେଣ୍ଟ ବନ୍ଦ କରାଯାଇ ପାରେ ବା ଦରକାର ପଡିଲେ ସ୍ଵାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇ ପରେ।

FROM THE WEB

Share this: