Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି

ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ; ପାସ୍‌ ହାର ୭୪.୯୫ ପ୍ରତିଶତ

Share this:

ଭୁବନେଶ୍ୱର:ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶା (CHSE) ଦ୍ଵାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏବର୍ଷ ପାସ୍‌ ହାର ୭୪.୯୫ ପ୍ରତିଶତ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ  ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଚଳିତ ବର୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଥିବା ବେଳେ ୧୯ ହଜାର ୩୧୮ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ଏବର୍ଷ ୪୦ ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ପ୍ରଥମ ଶ୍ରେଣୀରେ ୬,୬୧୦, ଦ୍ୱିତୀୟ ଶ୍ରେଣୀରେ ୪, ୨୫୯ ଓ ତୃତୀୟ ଶ୍ରେଣୀରେ ୮,୩୬୧ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ୭ହଜାର ୧୦୩ଜଣ ଛାତ୍ରୀ ପାସ୍‌ କରିଛନ୍ତି ଏବଂ  ପାସ୍‌ ହାର ୭୭.୮ ପ୍ରତିଶତ। ସେହିପରି ୧୨ ହଜାର ୨୧୫ ଜଣ ଛାତ୍ର ପାସ୍‌ କରିଛନ୍ତି ଏବଂ  ପାସ୍‌ ହାର ୭୩.୩୭ ପ୍ରତିଶତ। ୨୯ଟି ଜୁନିଅର କଲେଜର ଛାତ୍ରଛାତ୍ରୀ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି ଏବଂ ୨ଟି ରେ କୌଣସି ଛାତ୍ରଛାତ୍ରୀ ପାସ୍‌ କରିପାରି  ନାହାଁନ୍ତି।

Share this: