Breaking Newsଓଡ଼ିଶାଜାତୀୟ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ପାଟନାର ସିଟି ଏସପିକୁ ମୁମ୍ବାଇରେ ହୋମ କ୍ୱାରାଣ୍ଟାଇନ୍ରେ ବାଧ୍ୟକରି ରଖିଦିଆଗଲା August 3, 2020 MahimaLive Share this: ପାଟନା:ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ନୂଆମୋଡ। ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଥିବା ପାଟନାର ସିଟି ଏସପି ବିନୟ ତିୱାରୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍ ରଖାଯାଇଛି। ମୁମ୍ବାଇ ବିମାନ ବନ୍ଦରରୁ ବାହାରିବା ପରେ ସିଟି ଏସପି ଏହି ଘଟଣାର ତଦନ୍ତ କରୁଥିବା ଚାରିଜଣ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ୬ ଦିନ ମଧ୍ୟରେ ଦଳ ସଂଗ୍ରହ କରିଥିବା ଅନୁସନ୍ଧାନ ଏବଂ ପ୍ରମାଣର ଯାଞ୍ଚ କରିଥିଲେ। ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିଲା। ସୂଚନାଅନୁସାରେ,ଏହି ସମୟ ମଧ୍ୟରେ ରାତି ପ୍ରାୟ ୧୧ଟା ବେଳେ, ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନର ଟିମ୍ କରୋନା ଭାଇରସ ସଂକ୍ରମଣ ପାଇଁ କ୍ୱାରାଣ୍ଟାଇନ୍ ଦର୍ଶାଇ ସିଟି ଏସପିଙ୍କ ହାତକୁ କ୍ୱାରାଣ୍ଟାଇନ୍ସିଲ୍ କରିଥିଲେ। ଏଥିସହ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ସିଟି ଏସପିଙ୍କ ହାତରେଥିବା ସିଲ ଫଟୋ ଟ୍ୱିଟ କରିଛନ୍ତି। ସୂଚନଯୋଗ୍ୟ ,ପାଟନା ପୋଲିସ ଟିମ୍ ମୁମ୍ବାଇରେ ଏଭଳି ଅନେକ ପ୍ରମାଣ ପାଇଛି। ତେବେ ମୁମ୍ବାଇ ପୋଲିସର ସହଯୋଗ ନ ଥିବାରୁ ତଦନ୍ତ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛି। ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ସିସିଟିଭି ଫୁଟେଜ, ଜବତ ସାମଗ୍ରୀ, ମୋବାଇଲ୍ ଏବଂ ଲାପଟପ୍ ତଥ୍ୟ, ପୋଷ୍ଟ ମର୍ଟମ ରିପୋର୍ଟ, ଫୋରେନସିକ୍ ରିପୋର୍ଟ, ଫିଙ୍ଗର ପ୍ରିଣ୍ଟ, କେସ୍ ଡାଏରୀର କପି, ପାଟନା ପୋଲିସକୁ ଯାଞ୍ଚର ବିବରଣୀ ପ୍ରଦାନ କରି ନାହିଁ। ଏଭଳି ପରିସ୍ଥିତିରେ ପାଟନା ଏବଂ ମୁମ୍ବାଇ ପୋଲିସକୁ ସମାନ ବ୍ୟକ୍ତିଙ୍କ ଦେଇଥିବା ବିବୃତ୍ତି ମେଳ ଖାଉଛି କି ନାହିଁ ତାହା କହିବା କଷ୍ଟକର। ଏହି ସବୁ ସମସ୍ୟା ଦେଖି ବିହାର ପୋଲିସ ଅନୁସନ୍ଧାନକାରୀ ଦଳର ନେତୃତ୍ୱ ନେବାକୁ ଜଣେ ଆଇପିଏସ୍ ଅଧିକାରୀ ପଠାଇବାକୁ ନିଷ୍ପତ୍ତି ନେଇଛି। ସୂଚନାନୁସାରେ, ସିଟି ଏସପି ମୁମ୍ବାଇରେ ପହଞ୍ଚିବା ବିଷୟରେ ସ୍ଥାନୀୟ ପ୍ରଶାସନ ସୂଚନା ପାଇ ସାରିଥିଲା। ତାଙ୍କୁ ବିମାନବନ୍ଦରରୁ ହୋମ କ୍ୱାରାଣ୍ଟାଇନ୍ କରିବାକୁ ଯୋଜନା ଥିଲା। ତେବେ ବହୁ ସଂଖ୍ୟକ ଗଣମାଧ୍ୟମର ପ୍ରତିନିଧିଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ କରାଯାଇଥିଲା। From The Web Share this: