OPSC ର ନୂଆ ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସତ୍ୟଜିତ ମହାନ୍ତି

Share this:

ଭୁବନେଶ୍ଵର: ଓଡିଶା ଲୋକସେବା ଆୟୋଗ (OPSC) ର ନୂଆ ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସତ୍ୟଜିତ ମହାନ୍ତି (Satyajit Mohanty)। ଆଜି ରାଜ୍ୟସରକାର ନିଯୁକ୍ତି ଦେଇଛନ୍ତି। ପୁଲିସ ସେବାରୁ ଗତକାଲି ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ ଡକ୍ଟର ମହାନ୍ତି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି।

ସତ୍ୟଜିତ୍ ମହାନ୍ତି ୧୯୮୮ ମସିହାରେ ଭାରତୀୟ ପୁଲିସ୍ ସେବାରେ ଯୋଗଦେଇଥିଲ। ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ତଥା ରେଞ୍ଜମାନଙ୍କରେ ଯଥାକ୍ରମେ ଆରକ୍ଷୀ ଅଧୀକ୍ଷକ, ଆରକ୍ଷୀ ଉପ-ମହାନିରୀକ୍ଷକ ଏବଂ ଆରକ୍ଷୀ ମହାନିରୀକ୍ଷକ ଭାବରେ ଅବସ୍ଥାପିତ ହୋଇ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାବ୍ୟତୀତ ଶ୍ରୀ ମହାନ୍ତି ବିଭିନ୍ନ ପଦବୀରେ ନିଯୁକ୍ତି ପରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ପରିବହନ ବିଭାଗ, ରାଜ୍ୟ ପୁଲିସ୍ ଗୃହ ନିର୍ମାଣ ନିଗମ, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀ, ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଏବଂ କଟକ-ଭୁବନେଶ୍ବରରେ ପୁଲିସ୍ କମିଶନର ଭାବେ ଅବସ୍ଥାପିତ ହୋଇ ବେଶ୍ ସଫଳତାର ସହ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ସେ ଡିଜି ପାହ୍ୟାକୁ ପଦୋନ୍ନତି ପାଇ କାରାଗାର ମହାନିର୍ଦେଶକ ଓ ନିର୍ଦେଶକ ସଂସ୍କାର ସେବା, ସ୍ଵତନ୍ତ୍ର ମହାନିର୍ଦେଶକ, ରାଜ୍ୟ ଗୋଇନ୍ଦା ବିଭାଗ ଓ ପରିଶେଷରେ ଓଡ଼ିଶା ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସଂସ୍ଥାର ମହାନିର୍ଦେଶକ ଭାବେ ଦାୟିତ୍ୱ  ତୁଲାଇଛନ୍ତି। 

[amazon_auto_links id=”9939″]

Share this: