OPSC ASO Exam: ଏଏସଓ ପରୀକ୍ଷାରେ ହୋଇନି ଅନିୟମିତତା, ଅଭିଯୋଗ ଭିତ୍ତିହୀନ

Share this:

କଟକ: OPSC ASO Exam Cut-off 2021 ଏଏସଓ (Assistant Section Officer) ପରୀକ୍ଷା ସ୍ୱଚ୍ଛତାର ସହ ହୋଇଛି। ଅନିୟମିତତା ଅଭିଯୋଗ ଭିତ୍ତିହୀନ। ଆଜି ଓପିଏସସି (Odisha Public Service Commission -OPSC) ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ କହିବା ଅନୁସାରେ ମୋଟ୍ ୭୯୬ ପୋଷ୍ଟ ପାଇଁ ୨ଟି ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା। ପ୍ରଥମ ଷ୍ଟେଜରେ ୪ଟି ପେପରରେ ୪ ଶହ ମାର୍କର ପରୀକ୍ଷା ହୋଇଥିଲା। ଏଥିରେ ଯୋଗ୍ୟ ବିବେଚିତ ପିଲାଙ୍କର କମ୍ପୁଟର ଦକ୍ଷତା ପରୀକ୍ଷା ହୋଇଥିଲା। ପ୍ରଥମ ଷ୍ଟେଜରୁ ଦେଢ଼ ଗୁଣା ପିଲାଙ୍କୁ ଚୟନ କରାଯାଇଥିଲା। ଏଥର ଏକ ଲକ୍ଷ ୪୮ ହଜାର ପିଲା ପରୀକ୍ଷା ଦେଇଥିଲେ ଏବଂ ୧୧୦୪ ପିଲାଙ୍କୁ ହିଁ ଚୟନ କରାଯାଇଥିଲା ।

ଓପିଏସସି ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ ରାଜ୍ୟର ମୋଟ୍ ୪୩୩ ସେଣ୍ଟରରେ ପରୀକ୍ଷା ହୋଇଥିଲା। ସବୁ ଜିଲ୍ଲାର ଜିଲ୍ଲାପାଳମାନେ ପରୀକ୍ଷା ଦାୟିତ୍ୱ ନେଇଥିଲେ। ଏବେ ପରୀକ୍ଷାର୍ଥୀମାନେ ଓଏମଆର କପି ନେଇପାରୁଛନ୍ତି। ରେଜଲ୍ଟ ବାହାରିବା ପରେ କିଛି ପିଲା ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଏସବୁ ଅଭିଯୋଗ ଭିତ୍ତିହୀନ। ରିକ୍ସା ବାଲା, ଦିନ ମଜୁରିଆଙ୍କ ପିଲା ମେଧାଭିତ୍ତିକ ପରୀକ୍ଷା ଯୋଗୁଁ କୃତକାର୍ଯ୍ୟ ହେଉଛନ୍ତି। ଘଟଣାର ସତ୍ୟତା ନଥାଇ ମିଥ୍ୟା ପ୍ରଘଟକୁ ନିନ୍ଦା କରିଛନ୍ତି। ଫାଇନାଲ ରେଜଲ୍ଟ ବାହାରିବା ପରେ ଆନସର ସିଟ୍ ଅପଲୋଡ ହେବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି।

air bags_under 499

ସେ କହିଛନ୍ତି ଯେ, ଆସିଥିବା ପ୍ରତ୍ୟେକ ଅଭିଯୋଗର ଅନୁଧ୍ୟାନ କରାଯିବ। ଯଦି ସେମାନଙ୍କର ଅଭିଯୋଗରେ ସତ୍ୟାସତ ବାହାରିଲା ତେବେ ଆମେ ନିଶ୍ଚଯ ଏହାକୁ ନେଇ ପଦକ୍ଷେପ ନେବୁ। ଚଳିତ ପରୀକ୍ଷାରେ ସାଧାରଣ ବର୍ଗ ପାଇଁ ୪୦ ପ୍ରତିଶତ ଏବଂ ଏସଇବିସି, ଏସି, ଏସଟି ବର୍ଗ ପାଇଁ ୩୦ ପ୍ରତିଶତ ମାର୍କ ଧାର୍ଯ୍ୟ କରାଯାଇଥିଲା। ଯେଉଁମାନେ ଭାବୁଥିଲେ ଆମେ ଭଲ ନମ୍ବର ରଖିଛୁ ବାସ୍ତବରେ ସେମାନେ କ୍ୱାଲିଫାଏ କରି ନଥିବେ। କୌଣସି ଗୋଟିଏ ବିଷୟରେ ଧାର୍ଯ୍ୟ ମାର୍କ (OPSC ASO Exam Cut-off 2021) ନ ରଖିଥିଲେ କ୍ୱାଲିଫାଏ କରି ନଥିବେ ଛାତ୍ରଛାତ୍ରୀ। ଫାଇନାଲ ରେଜଲ୍ଟ କୁ ଅପେକ୍ଷା କରନ୍ତୁ, ରେଜଲ୍ଟ ଆସିବା ପୂର୍ବରୁ ଏଭଳି ଅଭିଯୋଗ ବିଭ୍ରାନ୍ତି ଛଡା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି। ରେଜଲ୍ଟ ଆସିବା ପରେ ଯଦି ସେଭଳି ଅନିୟମିତତା ଅଭିଯୋଗ ଆସେ ତେବେ ତ୍ରୁଟି ସଂଶୋଧନ କରାଯିବ ବୋଲି ସେ କହିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୬ ନିୟମ ଅନୁସାରେ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ମାର୍କ ଲିଷ୍ଟ ଓ ଆନସର କି ଅପଲୋଡ କରାଯିବ। ଏପରିକି ଏଏସଓ ପରୀକ୍ଷାକୁ ନେଇ ଯାହା ବି ଅଭିଯୋଗ ରହିଛି ତାହ ଉପରେ ପଦକ୍ଷେପ ନେବୁ ବୋଲି ସତ୍ୟଜିତ୍ କହିଛନ୍ତି। ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ମାର୍କ ଦେଖି ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସତ୍ୟଜିତ।

ଅଭିଯୋଗକାରୀ ଛାତ୍ରଛାତ୍ରୀଙ୍କ କହିବା କଥା ନିଯୁକ୍ତି ପାଇବାପରେ ପୁଣି ଅଭିଯୋଗ କରିବାର ମାନେ ହିଁ କିଛି ନଥାଏ।  

Read Also | Odisha Covid-19 Regulations: ଓଡ଼ିଶାରୁ ହଟିଲା କୋଭିଡ କଟକଣା

Share this:

Leave a Reply

Your email address will not be published. Required fields are marked *