ବେଙ୍ଗାଲୁରୁରେ ସୋସିଆଲ ମିଡିଆ ପୋଷ୍ଟରୁ ହିଂସା, ଦୁଇଜଣଙ୍କର ମୃତ୍ୟୁ; ଦୁଇଟି ପୋଲିସ ଷ୍ଟେସନ ଅଞ୍ଚଳରେ କର୍ଫ୍ୟୁ

Share this:

ବାଙ୍ଗାଲୋର : ସୋସିଆଲ ମିଡିଆର ଏକ  ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହିଂସା ଦେଖାଦେଇଛି। ହିଂସାରେ ଅତିରିକ୍ତ ପୋଲିସ କମିଶନରଙ୍କ ସମେତ ପ୍ରାୟ ୬୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ଏବଂ ୨ଜଣଙ୍କର ମୃତ୍ୟୁ ହୋଇଛି।

ଏହି ସମୟ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଫାୟାରିଂ କରିବାକୁ ପଡ଼ିଲା, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଅନ୍ୟ ଜଣେ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହଠାତ୍ ହିଂସାରେ ୬୦ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏଥି ସହ ପୋଲିସ ଏପର୍ଯ୍ୟନ୍ତ ୧୧୦ ଜଣଙ୍କୁ ଗିରଫ କରିଛି।

ବାଙ୍ଗାଲୋରର ଡିଜେ ହଲ୍ଲି  ଏବଂ କେ.ଜି ହଲ୍ଲି ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ହିଂସା ଘଟିଛି। ଯାହା ପରେ ଏହି ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ଏହା ସହିତ ବେଙ୍ଗାଲୁରୁରେ ଧାରା ୧୪୪ ଲାଗୁ କରାଯାଇଛି। ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ କହିଛନ୍ତି ଯେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଗିରଫ ପରେ ମଧ୍ୟ ଲୋକଙ୍କ କ୍ରୋଧକୁ ହ୍ରାସ କରିନଥିଲା ଏବଂ ସେମାନେ ଡିଜେ ହଲ୍ଲି ଏବଂ କେ.ଜି ହଲ୍ଲି ପୋଲିସ ଷ୍ଟେସନ ପରିସରରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟ ମଧ୍ୟରେ ପୋଲିସ ଭିଡ଼ ହଟାଇବାକୁ ଲୁହବୁହା ଗ୍ୟାସ ସେଲ ମଧ୍ୟ ଛାଡି ଥିଲା। ଏହି ସମୟରେ ହଠାତ୍ ହିଂସା ଆରମ୍ଭ ହୋଇଥିଲା ଯେଉଁଥିରେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା।

Share this: