ଆଜି ରାଜ୍ୟ ରେ ସୁସ୍ଥ ହେଲେ ୪୫୭ କରୋନା ଆକ୍ରାନ୍ତ

Share this:

ରାଜ୍ୟରେ ଆଜି  ଆଉ ୪୫୭ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୨ହଜାର ୯୧୦ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୧୧୮ ଜଣ , ନୟାଗଡ଼ ଜିଲ୍ଲାରୁ ୫୩ ଜଣ , କଟକ ରୁ ୪୪ ଜଣ, ସୁନ୍ଦରଗଡ଼ ରୁ ୩୮ ଜଣ ., ଖୋର୍ଦ୍ଧା ଜିଲ୍ଲାରୁ ୩୨ ଜଣ , ଗଜପତି ରୁ ୨୨ ଜଣ, ଯାଜପୁର ରୁ ୨୦ ଜଣ ,ନୂଆପଡ଼ା ୧୮ ରୁ ଜଣ, ବାଲେଶ୍ଵର୧୭ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫ ଜଣ, ଅନୁଗୋଳ ଓ କୋରାପୁଟ ରୁ ୧୧ ଜଣ ଲେଖାଏଁ , ମାଲକାନଗିରି ଓ  କେନ୍ଦ୍ରାପଡ଼ା ରୁ ୯ ଜଣ ଲେଖାଏଁ , କେଉଁଝର ରୁ ୭ ଜଣ, ଝାରସୁଗୁଡା ରୁ ୬ ଜଣ,ବୌଦ୍ଧ ରୁ ୫ ଜଣ,ଦେଓଗଡ ରୁ ୪ ଜଣ , ସମ୍ବଲପୁର,ନବରଙ୍ଗପୁର ଓ ବରଗଡ଼ ରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀ,ବଲାଙ୍ଗୀର ଓ ରାୟଗଡ଼ା ରୁ ୨ ଜଣ ଲେଖାଏଁ , ଢେଙ୍କାନାଳ, ଭଦ୍ରକ ଓ  ଜଗତସିଂପୁର ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Share this: