Breaking Newsଓଡ଼ିଶାମନୋରଞ୍ଜନ

୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

Share this:

ଭୁବନେଶ୍ଵର : ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ମସିହ ଲାଗି ୯ଟି ବିଭାଗରେ ଦଶ ଜଣ ଲେଖକଙ୍କୁ ଏହି ପୁରସ୍କାର ମିଳୁଛି ଓ ୨୦୧୬ ମସିହା ପାଇଁ ମଧ୍ୟ ଦଶ  ଜଣଙ୍କ ନାମ ଘୋଷଣା କରାଯାଇଛି।

ସୂଚନା ଅନୁସାରେ ,୨୦୧୫ ମସିହାରେ ଉପନ୍ୟାସ ‘ଗୋଟିଏ ଯୋଡ଼ି ଗାଆଁର କାହାଣୀ’ ପାଇଁ ନିତ୍ୟାନନ୍ଦ ପଣ୍ଡା, କ୍ଷୁଦ୍ରଗଳ୍ପ ସଂକଳନ ‘ଗପର ମୁହଁ’ ପାଇଁ ପବିତ୍ର ପାଣିଗ୍ରାହୀ, କବିତା ସଂକଳନ ‘ଗୋଧୂଳି ଗୀତ’ ପାଇଁ ବୀଣାପାଣି ପଣ୍ଡା, ନାଟକ ଓ ଏକାଂକିକା ବିଭାଗରେ ଯୁଗ୍ମ ଭାବରେ ‘ମଞ୍ଚମାୟା’ ପାଇଁ ସଂଜୟ ହାତୀ ଓ ‘ନାଟୁଆଓ ଅନ୍ୟାନ୍ୟ ନାଟକ’ ପାଇଁ ନବୀନ କୁମାର ପରିଡ଼ା, ସମାଲୋଚନା ଗ୍ରନ୍ଥ ‘ସାହିତ୍ୟ ସମାଲୋଚନା ତାତ୍ଵିକ ଓ ପ୍ରାୟୋଗିକ ପ୍ରସଙ୍ଗ’ ପାଇଁ ପଞ୍ଚାନନ ମିଶ୍ର, ଜୀବନୀ ପୁସ୍ତକ ‘ଲୌହମାନବ ସର୍ଦ୍ଦାର ପଟେଲ’ ପାଇଁ ଧରଣୀଧର ପାଣିଗ୍ରାହୀ, ଅନୁବାଦ ପୁସ୍ତକ ‘ତଥାପି କିଛି ରହିଯିବ’ ପାଇଁ ବିଜୟ କୁମାର ମହାନ୍ତି, ଶିଶୁ କବିତା ପୁସ୍ତକ ‘ଗଛଟିଏ ଗତଟିଏ’ ପାଇଁ ରବୀନ୍ଦ୍ର ବିଶ୍ଵାଳ  ଓ ଗୀତିକବିତା ସଂକଳନ ‘ପ୍ରତି ପଲକରେ ତୁମେ’ ପାଇଁ ମନୋଜ ମହାନ୍ତି ଓଡ଼ିଶା ସାହିତ୍ୟ ଅକାଦେମୀ ପୁରସ୍କାର ପାଇବେ ବୋଲି ଅନୁଷ୍ଠାନର ସଚିବ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।

ସେହିପରି ୨୦୧୬ ମସିହାରେ ଉପନ୍ୟାସ ‘ଅମ୍ବା’ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, କ୍ଷୁଦ୍ରଗଳ୍ପ ସଂକଳନ ‘ରମାକୁ ମାରିବାର ପାଞ୍ଚିଟି ଉପାୟ’ ପାଇଁ ଦେବଦାସ ଛୋଟରାୟ, କବିତା ସଂକଳନ ‘ଫେରନ୍ତି ଘର’ ପାଇଁ ଭଗବାନ ଜୟସିଂହ, ନାଟକ ଓ ଏକାଂକିକା ବିଭାଗରେ ‘ଆତ୍ମଲିପି ଓ ଅନ୍ୟାନ୍ୟ’ ପୁସ୍ତକ ପାଇଁ ଫକୀର ସିଂହ, ସମାଲୋଚନା ଗ୍ରନ୍ଥ ‘ଆଲୋଚନା ପ୍ରସଙ୍ଗ’ ପାଇଁ ପ୍ରସନ୍ନ କୁମାର ସ୍ଵାଇଁ , ଜୀବନୀ ଓ ଭ୍ରମଣ କାହାଣୀ ବିଭାଗରେ ଯୁଗ୍ମ ଭାବେ ‘ପ୍ରଫେସର ନବୀନ କୁମାର ସାହୁ’ ପୁସ୍ତକ ପାଇଁ ସୁରେନ୍ଦ୍ର କୁମାର ମହାରଣା ଓ ଚାଲିଛି… ଚାଲିବି ନପଡ଼ିବି ଥକି’ ପୁସ୍ତକ ପାଇଁ ପ୍ରଦୋଷ ପଟ୍ଟନାୟକ, ଅନୁବାଦ ପୁସ୍ତକ ‘ମେଘବାହନ’ ପାଇଁ ଶାରଦା ରଥ, ଗୀତିକବିତା ସଂକଳନ ‘ମିଶ୍ରରାଗ’ ପାଇଁ ମିଶ୍ର ସତ୍ୟନାରାୟଣ ଓ  ଶିଶୁ କବିତା ପୁସ୍ତକ ‘ଚୁଇଁ ଚଢ଼େଇ’ ପାଇଁ ଦେବେନ୍ଦ୍ର ଚୌଧୁରୀ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ବୋଲି ପ୍ରେସ୍‌ ବିବୃତିରୁ ଜଣାପଡିଛି।

Share this: