ରାଜ୍ୟରେ ଆଜି ୩୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ହେଲେ ୧,୧୫,୨୭୯ ଜଣ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩୨୧୭ ଜଣ କରୋନା (Covid-19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୧୫ ହଜାର ୨୭୯ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬୪୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, ମୟୁରଭଞ୍ଜରୁ ୨୮୧ ଜଣ, କଟକରୁ ୨୭୫ ଜଣ, ବରଗଡ଼ରୁ ୨୧୮ ଜଣ, ରାୟଗଡାରୁ ୨୦୬ ଜଣ, ଗଞ୍ଜାମ ଜିଲ୍ଲାରୁ ୧୨୬ ଜଣ, କେଉଁଝରରୁ ୧୧୬ ଜଣ, ଯାଜପୁର ଓ କୋରାପୁଟରୁ ୧୧୨ ଜଣ ଲେଖାଏଁ,ପୁରୀରୁ ୧୦୩ ଜଣ, ଝାରସୁଗୁଡାରୁ ୯୬ ଜଣ, ନବରଙ୍ଗପୁର, ନୂଆପଡ଼ା ଓ ସୁନ୍ଦରଗଡ ଜିଲ୍ଲାରୁ ୭୯ ଜଣ ଲେଖାଏଁ, ସମ୍ବଲପୁରରୁ ୭୫ ଜଣ, ଢେଙ୍କାନାଳ ଓ ଅନୁଗୋଳରୁ ୬୯ ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୫୯ ଜଣ, ଜଗତସିଂପୁର ଓ ଭଦ୍ରକରୁ ୫୪ ଜଣ ଲେଖାଏଁ, ସୋନପୁରରୁ ୫୩ ଜଣ, ନୟାଗଡ, ବାଲେଶ୍ଵର ଓ ବଲାଙ୍ଗୀରରୁ ୪୯ ଜଣ ଲେଖାଏଁ, କନ୍ଧମାଳରୁ ୩୬ ଜଣ, ମାଲକାନଗିରି ଜିଲ୍ଲାରୁ ୨୮ ଜଣ, ଗଜପତିରୁ ୨୧ ଜଣ, କଳାହାଣ୍ଡିରୁ ୧୨ ଜଣ, ବୌଦ୍ଧରୁ ୭ ଜଣଏବଂ ଦେଓଗଡରୁ ୪ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଓଡ଼ିଶାରେ ଆଜି କରୋନାରେ ୧୧ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା  ୬୧୬ କୁ ବୃଦ୍ଧି ହୋଇଛି।  

Also Read:

ଓଡ଼ିଶାରେ ଆଜି ପୁଣି ୩,୭୭୭ କାରୋନା ପଜିଟିଭ ଚିହ୍ନଟ

କୌଣସି ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ କେବଳ ଏକ ପରୀକ୍ଷା ଦ୍ୱାରା କରାଯିବା ଉଚିତ ନୁହେଁ:ପ୍ରଧାନମନ୍ତ୍ରୀ ମୋଦୀ

Share this: