ରାଜ୍ୟରେ ପୁଣି ୫୨୭କରୋନା ପଜିଟିଭ ଚିହ୍ନଟ
ରାଜ୍ୟରେ ଆଉ ୫୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୩୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୯ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୬ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୧୫ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ସୁନ୍ଦରଗଡ଼ ଜିଲାରେ ୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେହି ପରି ଖୋର୍ଦ୍ଧା ଜିଲ୍ଲା ରେ ୫୦ ଜଣ ସଂକ୍ରମିତ। ବାଲେଶ୍ଵର ଜିଲ୍ଲା ରେ ୨୬ ଜଣ ଓ ଯାଜପୁର ରେ ୨୫ ଜଣ ସଂକ୍ରମିତ। ସେହିପରି ବଲାଙ୍ଗୀର ଜିଲ୍ଲା ରୁ ୨୧ ଜଣ, ନୟାଗଡ ଜିଲ୍ଲା ରୁ ୧୮ଜଣ ,କଟକ ଜିଲ୍ଲା ରୁ ୧୭ ଜଣ,ପୁରୀ ଜିଲ୍ଲା ରୁ ୧୬ ଜଣ ଓ ମୟୂରଭଞ୍ଜ ଜିଲ୍ଲା ରୁ ୧୦ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି କେଉଁଝର ଜିଲ୍ଲାରୁ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। କୋରାପୁଟ ରୁ ୬ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି,ସୋନପୁର ଓ କେନ୍ଦ୍ରାପଡ଼ାରୁ ରୁ ୫ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଝାରସୁଗୁଡା,ଜଗତସିଂପୁର ଓ ନୂଆପଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ସେହିପରି ଗଜପତି,ମାଲକାନଗିରି ଓ ନବରଙ୍ଗପୁର ରୁ ୩ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଭଦ୍ରକ ରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି,ଅନଗୁଳ,ବରଗଡ଼,ଢେଙ୍କାନାଳ,ରାୟଗଡା ଓ ସମ୍ବଲପୁର ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
ଖବର ଅନୁସାରେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩ ଲକ୍ଷ ୮ ହଜାର ୬୯୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୦,୬୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୭୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୨ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୮୬୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।