Odisha Matric Result 2022: ଆସନ୍ତା କାଲି ପ୍ରକାଶ ପାଇବ ଓଡ଼ିଶା ମାଟ୍ରିକ Result

Matric RESULT
Share this:

ଭୁବନେଶ୍ୱର (ବ୍ୟୁରୋ): Odisha Matric Examination Result 2022 ଆସନ୍ତା କାଲି ବୁଧବାର ପ୍ରକାଶ ପାଇବ ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ। ଏହା ଜୁଲାଇ ୬ ତାରିଖ ଅପରାହ୍ନ ୧ଟାରେ ପ୍ରକାଶ ପାଇବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପାଇଁ ଓଡ଼ିଶା ମାଟ୍ରିକ୍‌ ପରୀକ୍ଷା ହୋଇ ନ ଥିଲା। ଏଥର କରୋନା ସଂକ୍ରମଣ କମିଯାଇଥିବାରୁ ଅଫ୍‌ଲାଇନ ପରୀକ୍ଷା ହୋଇଥିଲା। ମାଟ୍ରିକ୍‌ ପରୀକ୍ଷା ଏପ୍ରିଲ ୨୯ରୁ ମେ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବାବେଳେ  ମେ ୨୧ରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ଏବର୍ଷ ପ୍ରାୟ ୫ଲକ୍ଷ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି। ଛାତ୍ରୀଛାତ୍ର ବୋର୍ଡ ୱେବ ସାଇଟ orissaresults.nic.in ଏବଂ bseodisha.ac.in ରେ ନିଜ ପରୀକ୍ଷାଫଳ ଦେଖିପାରିବେ।

ରେଜଲ୍ଟ ଦେଖିବା ପାଇଁ ଏଠାରେ Click କରନ୍ତୁ

Share this:

Leave a Reply

Your email address will not be published. Required fields are marked *