Odisha Matric Result 2022: ପ୍ରକାଶ ପାଇଲା ଦଶମ ବାର୍ଷିକ ପରୀକ୍ଷା ଫଳ, ଛାତ୍ରୀ ଆଗରେ

Share this:

କଟକ: Odisha Matric Result 2022 ଆଜି ବୋର୍ଡ ଅଫ ସେକେଣ୍ଡାରି ଏଜୁକେଶନ (Board Of Secondary Education) ଓଡ଼ିଶା ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ୨୦୨୨ ଫଳ ପ୍ରକାଶିତ ହୋଇଛି। ଏବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୦.୫୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ରଙ୍କର ପାସ ହାର ୮୮.୭୭ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କର ପାସ ହାର ୯୨.୩୭ ପ୍ରତିଶତ ରହିଛି। ପରିକ୍ଷାଫଳରେ ଛାତ୍ରୀମାନେ ଆଗୁଆ ଅଛନ୍ତି। ତିନୋଟି ବିଦ୍ୟାଳୟର କେହି ବି ପିଲା ପାସ କରିନାହାନ୍ତି। ଏହି ତିନୋଟି ସ୍କୁଲ ମାଲକାନଗିରି ଓ ଅନୁଗୁଳ ଜିଲ୍ଲାରେ ଅବସ୍ଥିତ।

ସୂଚନାଯୋଗ୍ୟ ଚଳିତ ମାଟ୍ରିକ ପରୀକ୍ଷାରେ ୫ ଲକ୍ଷ ୧୭ ହଜାର ୮୪୭ ପିଲା ପାସ କରିଥିବା ବେଳେ ୮ ହଜାର ୬୯୯ ଜଣ ଫେଲ ହୋଇଛନ୍ତି।  ସେମଧ୍ୟରୁ ୨ ଲକ୍ଷ ୬୦ ହଜାର ୯୭୦ ଜଣ ଛାତ୍ରୀ ଏବଂ ୨ ଲକ୍ଷ ୫୬ ହଜାର ୮୭୭ ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।  ଏ-୧ ଗ୍ରେଡରେ ୮୧୧୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ଏ-୨ରେ ୫୪ ହଜାର ୮୮୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯଦି କେହି ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୋଷ ଅଛନ୍ତି ସେମାନେ ଆସନ୍ତା ଜୁଲାଇ ୧୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରି-ଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ।

ଆଜି କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଵିଷ୍ଣୁପଦ ସେଠୀ, ବୋର୍ଡ ସଭାପତି ରାମାସିସ ହାଜରା, ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ, ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ମାଟ୍ରିକ, ମଧ୍ୟମା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ପୁସ୍ତିକାକୁ ଲୋକାର୍ପଣ କରିଛନ୍ତି।

ମାଟ୍ରିକ ପରୀକ୍ଷା ଫଳ ଦେଖିବା ପାଇଁ ବୋର୍ଡ଼ ୱେବସାଇଟ www.bseodisha.nic.in ଏବଂ www.bseodisha.ac.in  ରେ ଦେଖି ପାରିବେ।

Read Also | Covid19 Odisha: ଓଡିଶାରୁ ଆଜି ରେକର୍ଡ ସଂଖ୍ୟକ ୪୦୧ କରୋନା ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *