JEE, NEET କୁ ଓଡ଼ିଶା ସରକାରଙ୍କ ସମର୍ଥନ,ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧା ଯୋଗାଇବେ ସରକାର

Share this:

ଭୁବନେଶ୍ୱର:ଜେଇଇ ମେନ୍ (JEE ) ଓ ଏନ୍‌ଇଇଟି ( NEET ) ୨୦୨୦ ପରୀକ୍ଷା ସ୍ଥଗିତ ରଖିବା ଲାଗି ପ୍ରଥମେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଓ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ କଥା ହୋଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜେଇଇ ମେନ୍ ଓ ଏନ୍‌ଇଇଟି ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ପରୀକ୍ଷାର୍ଥୀ ମାନେ କିପରି ସୁବିଧାରେ ପରୀକ୍ଷା ଦେବେ ଏବଂ ରହିବା ଓ ଯାତାୟତ କରିପାରିବେ ସେ ସବୁର ଦାୟିତ୍ଵ ରାଜ୍ୟ ସରକାର ନେଇଛନ୍ତି। ସେମାନଙ୍କ ରହିବା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଦକ୍ଷତା ବିକାଶ,ବୈଷୟକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମୁଖ୍ୟଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଜେଇଇ ମେନ୍ ( JEE MAIN )ଏବଂ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ହେବାକୁଥିବା ସର୍ବରଭାରତୀୟ ମେଡ଼ିକାଲ ( NEET )ପ୍ରବେଶ ପରୀକ୍ଷା ଅନୁଷ୍ଠିତ ହେବ।ରାଜ୍ୟର ଛାତ୍ରଛାତ୍ରୀ କିପରି ସୁରୁଖୁରୁରେ ପରୀକ୍ଷା ଦେବେ ସେଥିପାଇଁ ରାଜ୍ୟସରକାରଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ  ପରିକ୍ଷାର୍ଥୀଙ୍କ ପାଇଁ କରାଯାଇଛି। ଜେଇ ମେନ (JEE MAIN )ରେ ୭ ଟି ସହରର ୨୬ ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୩୭ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। କୋଭିଡ଼-୧୯ ( COVID-19) ପରିସ୍ଥିତିରେ ୩୦ ଅଗଷ୍ଟ ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କ ଯାତାୟାତ ଉପରେ କୌଣସି କଟକଣା ରହିବ ନାହିଁ।

ଯେଉଁ ପରୀକ୍ଷାର୍ଥୀ ନିଜ ସୁବିଧାରେ ଆସିବାକୁ ଚାହିଁବେ, ସେମାନଙ୍କୁ ସରକାର ସହଯୋଗ କରିବେ। ସେମାନଙ୍କ ଯାନବାହନକୁ କୋଭିଡ୍ କଟକଣାମୁକ୍ତ କରାଯିବ। ଏ କ୍ଷେତ୍ରରେ ସେମାନଙ୍କୁ ପ୍ରବେଶ ପତ୍ର ଦେଖାଇବାକୁ ପଡିବ। ଆବଶ୍ୟକ ସ୍ଥଳେ ପରୀକ୍ଷାର୍ଥୀଙ୍କୁ ବିନା ଦେୟରେ ରହଣି ଓ ଯିବାଆସିବା ସରକାର ଯୋଗାଇଦେବେ। ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ୍ ସେଣ୍ଟର କରାଯାଇଛି। ଜିଲ୍ଲାର ମୁଖ୍ୟ ଆଇଟିଆଇ( ITI ) ନୋଡାଲ ସେଣ୍ଟର ( Nodal centre ) ଭାବେ କାର୍ଯ୍ୟ କରିବ। ସେଠାରେ ଏକ ସେଲ୍ ଖୋଲିଛି ଏବଂ ସରକାର ଟେଲିଫାନ୍ ନମ୍ବର ଜାରି କରିଛନ୍ତି। ସେହି ସେଲ୍‌କୁ ବ୍ୟକ୍ତିଗତ ଭାବେ ଯାଇ କିମ୍ବା ଫୋନ୍ କରି ପରୀକ୍ଷାର୍ଥୀ ସେମାନଙ୍କର ଆବଶ୍ୟକତା ଜଣାଇଲେ ସେ ଅନୁଯାୟୀ ବ୍ୟବସ୍ଥା କରାଯିବ। ବିଭିନ୍ନ ସ୍ଥାନରେ ରହିଥିବା ଇଞ୍ଜିନିୟରିଂ କଲେଜ ଛାତ୍ରାବାସ ଗୁଡିକରେ  ବିନା ମୂଲ୍ୟରେ ରହିପାରିବେ।

 Also Read :

Share this: