Odisha Covid19 Updates: ଆଜି ରାଜ୍ୟରେ ୪୦୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ,୧୦ ଜଣ ମୃତ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୪ ହଜାର ୧୮ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୪୫ ହଜାର ୬୭୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା କୋଭିଡ଼ (Covid-19) ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୮୪୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୪୩୪ ଜଣ, ବରଗଡ଼ରୁ ୯୫   ଜଣ, ଯାଜପୁରରୁ ୧୨୦ ଜଣ, ମୟୁରଭଞ୍ଜରୁ ୮୩ ଜଣ, ଭଦ୍ରକରୁ ୧୦୪ ଜଣ, ବାଲେଶ୍ଵରରୁ ୧୯୪ ଜଣ, ଢେଙ୍କାନାଳରୁ ୬୭ ଜଣ, ପୁରୀରୁ ୨୭୪ ଜଣ, ଜଗତସିଂପୁରରୁ ୧୨୬ ଜଣ, ରାୟଗଡାରୁ ୧୧୩ ଜଣ,ଗଞ୍ଜାମରୁ ୬୭ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୯୦ ଜଣ, ଅନୁଗୋଳରୁ ୧୧୬ ଜଣ, ନୟାଗଡ ୬୦ ଜଣ, ସୋନପୁରରୁ ୧୩୬ ଜଣ, ବଲାଙ୍ଗୀରରୁ ୪୬ ଜଣ, ସୁନ୍ଦରଗଡରୁ ୯୦ ଜଣ, ଝାରସୁଗୁଡାରୁ ୧୧୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୧ ଜଣ, କେନ୍ଦ୍ରାପଡା ୧୩୯ ଜଣ, କୋରାପୁଟରୁ ୮୮ ଜଣ, କେଉଁଝରରୁ ୫୭ ଜଣ, କନ୍ଧମାଳରୁ ୭୫ ଜଣ, ନୂଆପଡ଼ାରୁ ୭୭ ଜଣ, କଳାହାଣ୍ଡିରୁ୪୨ ଜଣ, ଗଜପତିରୁ ୧୫ ଜଣ, ବୌଦ୍ଧରୁ ୩୪ ଜଣ, ମାଲକାନଗିରି ଜିଲ୍ଲାରୁ ୩୩ ଜଣ ଏବଂ ଦେଓଗଡରୁ ୧୭ ଜଣ ଏବଂ ଷ୍ଟେଟ୍ ପୁଲ ରୁ ୨୦୪ ସୁସ୍ଥ ହୋଇଛନ୍ତି।

ସେହିପରି ଓଡ଼ିଶାରେ ଆଜି କରୋନାରେ ୧୦ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା  ୭୦୧ କୁ ବୃଦ୍ଧି ହୋଇଛି। ସେମାନଙ୍କ ମଧ୍ୟରେ କଟକ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ,ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Also Read:

Odisha Covid19 Updates: କୋଭିଡ଼୍ ପରିଚାଳନା ପାଇଁ ଓଡ଼ିଶାକୁ କେନ୍ଦ୍ର ଦେଇଛି ୮୦୨ କୋଟି ଟଙ୍କା

Odisha Covid19 Updates: ଆଜି ପୁଣି ରାଜ୍ୟରେ ୪,୩୩୦ କରୋନା ପଜିଟିଭ ଚିହ୍ନଟ,ମୋଟ ମୃତ୍ୟୁସଂଖ୍ୟା ୭୦୧

Share this: