ରାଜ୍ୟରେ ପୁଣି ୪୫୬ କରୋନା ପଜିଟିଭ ଚିହ୍ନଟ

Share this:

ରାଜ୍ୟରେ ଆଉ ୪୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 ଆଜି ୨୪ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୧୬୬  ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଯାଜପୁର  ଜିଲ୍ଲାରେ ୫୭   ଓ ବରଗଡ଼  ରେ ୩୩  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, କୋରାପୁଟ ଜିଲ୍ଲାରେ ୧୦ ଜଣ ଚିହ୍ନଟ ହୋଇଛନ୍ତି। କେଉଁଝର ଜିଲ୍ଲାରୁ ୨  ଜଣ ଆକ୍ରାନ୍ତ  ହୋଇଛନ୍ତି।  ସେହିପରି ଅନଗୁଳ, ଗଜପତି ,ଢେଙ୍କାନାଳ ଏବଂ କଳାହାଣ୍ଡି ରୁ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୧ ଓ  ଜଗତସିଂପୁର ଜିଲ୍ଲାରେ ୨୩   ଜଣ ଆକ୍ରାନ୍ତ ହୋଇଛନ୍ତି।  ଭଦ୍ରକ ଜିଲାରୁ ୧୨   ଜଣ ଆକ୍ରାନ୍ତ ହୋଇଛନ୍ତି। ରାୟଗଡା  ଓ କଟକ ଜିଲ୍ଲାରୁ ୧୩ ଜଣ ଲେଖାଏଁ ଆକ୍ରାନ୍ତ  ହୋଇଛନ୍ତି।  ସେହିପରି ନୟାଗଡ଼ ଜିଲ୍ଲାରୁ ୪  ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ରାପଡ଼ା ରେ ୫  ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ୧୫  ଜଣ ଓ ସୁନ୍ଦରଗଡ଼  ଜିଲ୍ଲାରେ ୨୦   ଜଣ ସଂକ୍ରମିତ ହୋଇଛନ୍ତି। ଝାରସୁଗୁଡା ଓ କନ୍ଧମାଳ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ  ସଂକ୍ରମିତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ ଓ  ନବରଙ୍ଗପୁର ଜିଲାରୁ ୨୪  ଆକ୍ରାନ୍ତ ହୋଇଛନ୍ତି। ସେହିପରି ବଲାଙ୍ଗୀରି ଜିଲ୍ଲାରୁ ୬ ଜଣ ସଂସ୍କରମିତ ହୋଇଛନ୍ତି।

ଖବର ଅନୁସାରେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୨ ଲକ୍ଷ ୯୭  ହଜାର ୨୩୪   ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯୫୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୬     ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨୫୪  ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: