କରୋନା ବାୟୁ ଦ୍ଵାରା ବ୍ୟାପୀ ପାରେ : ବୈଜ୍ଞାନିକ ମାନଙ୍କ ଦାବି,ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ଡବ୍ଲୁଏଚଓ ରେ ଦାବି

Share this:

ୱାଶିଂଟନ୍ : ବାୟୁରୁ ବିସ୍ତାରିତ କରୋନା ସଂକ୍ରମଣ ବିଷୟରେ ପୂର୍ବରୁ ମଧ୍ୟ ଆଶଙ୍କା ପ୍ରକାଶ ପାଇଥିଲା କିନ୍ତୁ ପ୍ରତ୍ୟେକ ଥର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦାବି କୁ ପ୍ରତ୍ୟାଖ୍ୟାନ କରୁଥିଲା। ଆମେରିକାର ଖବରକାଗଜ ‘ଦି ନ୍ୟୁୟର୍କ ଟାଇମ୍ସ’ର ରିପୋର୍ଟ ଅନୁଯାୟୀ, ବିଶ୍ଵ ର ୨୩୯ ଜଣ ବୈଜ୍ଞାନିକ ଦାବି କରିଛନ୍ତି ଯେ ବାୟୁରେ କରୋନା ଭୂତାଣୁ ର କ୍ଷୁଦ୍ର କଣିକା ଲୋକଙ୍କୁ ସଂକ୍ରମିତ କରିପାରେ। ବୈଜ୍ଞାନିକ ମାନଙ୍କ ର ଦାବିକୁ ଦେଖିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୁ ଅନୁରୋଧ କରାଯାଇଛି ଏଥିସହିତ କୋଭିଡ଼ -୧୯ ରେ ଥିବା  ନିର୍ଦ୍ଦେଶାବଳୀ ପରିବର୍ତ୍ତନ କରିବାକୁ ଅନୁରୋଧ କରାଯାଇଛି

ରିପୋର୍ଟ୍ ଅନୁସାରେ,ବୈଜ୍ଞାନିକ ମାନେ ଦାବି କରିଛନ୍ତି ଯେ କରୋନା ବାୟୁ ବିସ୍ତାର କରି ଲୋକଙ୍କୁ ସଂକ୍ରମିତ କରିପାରେ। ଘର ଭିତରର ସାମାଜିକ ଦୂରତା ନିୟମ ପାଳନ କଲେ ମଧ୍ୟ ଅନ୍ୟମାନେ ସଂକ୍ରମିତ ବ୍ୟକ୍ତିଙ୍କ ବାୟୁ ଦ୍ୱାରା ସହଜରେ ସଂକ୍ରମିତ ହୋଇପାରନ୍ତି।  ତେଣୁ,ଚାରି କାନ୍ଥ ବନ୍ଦ ଘରେ ରହିଲେ ମଧ୍ୟ ଏନ-୯୫ ମାସ୍କ ପିନ୍ଧିବା ଆବଶ୍ୟକ। ବୈଜ୍ଞାନିକ ମାନେ କହିଛନ୍ତି ଯେ ଛିଙ୍କିବା, କାଶିବା କିମ୍ବା ଉଚ୍ଚ ସ୍ୱରରେ କଥା କହିବା ସମୟରେ ସଂକ୍ରମିତ ବ୍ୟକ୍ତିଙ୍କ ପାଟିରୁ ବାହାରୁଥିବା ଛୋଟ ମାଇକ୍ରୋ ଡ୍ରପ୍ ଅଫିସ୍, ଘର, ସପିଂ ମଲ୍ ଏବଂ ଡାକ୍ତରଖାନା ଇତ୍ୟାଦିରେ ଦୀର୍ଘ ସମୟ ଧରି ବାୟୁରେ ରହିଥାଏ, ଯାହା ଦ୍ଵାରା ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନେ ସଂକ୍ରମିତ ହୋଇପାରନ୍ତି। ଅର୍ଥାତ୍ ସଂକ୍ରମିତ ବ୍ୟକ୍ତିଙ୍କ ପାଟିରୁ କିମ୍ବା ନାକରୁ ବାହାରୁଥିବା ଛୋଟ ବୁନ୍ଦା ମାଧ୍ୟମରେ ସଂକ୍ରମଣ ବାୟୁ ମାଧ୍ୟମରେ ବିସ୍ତାର ହୋଇପାରେ। ବୈଜ୍ଞାନିକ ଏହା ମଧ୍ୟ ଦାବି କରିଛନ୍ତି ଯେ ଆଖପାଖର ଲୋକମାନେ କେବଳ ନିଶ୍ୱାସ ପ୍ରଶ୍ୱାସରେ କରୋନା ଜୀବାଣୁ ସଂକ୍ରମିତ ହୋଇପାରନ୍ତି।

Share this: