ରାଜ୍ୟରେ ଆଜି ୩୨୭୮ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ସୁସ୍ଥ ହେଲେ ୮୭,୩୫୧ ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫୨୨

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି  ଆଉ ୩,୨୭୮ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୭ ହଜାର ୩୫୧କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୧୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରୁ ୩୬୮ ଜଣ, କଟକ ଜିଲ୍ଲାରୁ ୨୩୦ଜଣ, ଯାଜପୁରରୁ ୧୯୫ ଜଣ, ରାୟଗଡାରୁ୧୮୭ ଜଣ, , ବରଗଡ଼ରୁ ୧୮୫ ଜଣ, ବାଲେଶ୍ଵରରୁ ୧୨୪ ଜଣ, ପୁରୀରୁ ୧୨୨ଜଣ, ନୟାଗଡରୁ ୧୨୧ଜଣ, ମୟୁରଭଞ୍ଜ ଓ  ୧୩୧ଜଣ, ମାଲକାନଗିରି ଜିଲ୍ଲାରୁ ୧୧୭ ଜଣ ଲେଖାଏଁ, କୋରାପୁଟରୁ ୧୦୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୦୪ ଜଣ, ଭଦ୍ରକରୁ ୯୮ ଜଣ, ଝାରସୁଗୁଡାରୁ ୮୯ ଜଣ, କନ୍ଧମାଳରୁ ୮୮ଜଣ, ଜଗତସିଂପୁରରୁ ୭୭ ଜଣ, କେଉଁଝରରୁ ୬୯ଜଣ, ସମ୍ବଲପୁରରୁ ୬୭ଜଣ, ଢେଙ୍କାନାଳରୁ ୬୬ ଜଣ, ନବରଙ୍ଗପୁରରୁ ୪୭ ଜଣ, ଗଜପତିରୁ ୪୩ ଜଣ,କେନ୍ଦ୍ରାପଡାରୁ ୩୫ଜଣ, ନୂଆପଡ଼ାରୁ ୨୫ ଜଣ, ବଲାଙ୍ଗୀର ଓ କଳାହାଣ୍ଡି ଜିଲାରୁ୨୪ ଜଣ ଲେଖାଏଁ, ସୋନପୁରରୁ ୨୩ ଜଣ,ବୌଦ୍ଧରୁ ୮ ଜଣ,ଦେଓଗଡରୁ୫ ଜଣ ଏବଂ ଅନୁଗୋଳରୁ ୨ ଜଣ ସୁସ୍ଥ ହୋଇଛନ୍ତି।

Also Read: ଓଡ଼ିଶାରେ ଆଜି ନୂଆ ରେକର୍ଡ ସହ ୩୬୩୧କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଜି ୮କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୫୨୨କୁ ବୃଦ୍ଧି ହୋଇଛି।

You May Like It:

ଭାରତରେ ଆପ୍ ବ୍ୟାନ ନିଷ୍ପତ୍ତିକୁ ନେଇ ଚୀନ୍ ବିଚଳିତ, କହୁଛି କିଛି ଭଲ ହେଲାନି,ଆମ ସ୍ୱାର୍ଥର କ୍ଷତି

Share this: