Covid19 Odisha Update: ଆଜି ୩୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ମୃତ୍ୟୁସଂଖ୍ୟା ୬୪୫

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩,୭୧୪ ଜଣ କରୋନା (Corona Virus) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୨୫  ହଜାର ୭୩୮ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୪୪  ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୩୭୫ ଜଣ, ବରଗଡ଼ରୁ ୩୯୭  ଜଣ, ଯାଜପୁରରୁ ୨୪୨ ଜଣ, ମୟୁରଭଞ୍ଜରୁ ୧୫୨ଜଣ, ଭଦ୍ରକରୁ ୩୪  ଜଣ, ବାଲେଶ୍ଵରରୁ ୧୧୫ ଜଣ, ଢେଙ୍କାନାଳରୁ ୩୪ ଜଣ, ପୁରୀରୁ ୨୦୧ ଜଣ, ଜଗତସିଂପୁରରୁ ୯୩ ଜଣ, ରାୟଗଡାରୁ ୧୭ ଜଣ,ଗଞ୍ଜାମରୁ ୯୨ ଜଣ , ସମ୍ବଲପୁରରୁ ଜିଲ୍ଲାରୁ ୭୧ ଜଣ, ଅନୁଗୋଳରୁ ୭୨ ଜଣ, ନୟାଗଡ ୭୦ ଜଣ ,ସୋନପୁରରୁ ୮୪ ଜଣ , ବଲାଙ୍ଗୀରରୁ ୭୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୪ ,ନବରଙ୍ଗପୁରରୁ ୫୯ ଜଣ , ଝାରସୁଗୁଡାରୁ ୧୧୭ ଜଣ, କେନ୍ଦ୍ରାପଡା ୮୮,କୋରାପୁଟରୁ ୧୧୫  ଜଣ ,କେଉଁଝରରୁ ୬୦ ଜଣ, କନ୍ଧମାଳରୁ ୧୦୦  ଜଣ, ନୂଆପଡ଼ାରୁ ୫୩  ଜଣ, କଳାହାଣ୍ଡିରୁ ୪୮ଜଣ, ଗଜପତିରୁ ୩୮ ଜଣ, ବୌଦ୍ଧରୁ ୧୯ ଜଣ, ମାଲକାନଗିରି ଜିଲ୍ଲାରୁ ୨୨ ଜଣ ଏବଂ ଦେଓଗଡରୁ ୪୩  ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଓଡ଼ିଶାରେ ଆଜି କରୋନାରେ ୮ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା  ୬୪୫ କୁ ବୃଦ୍ଧି ହୋଇଛି।

Also Read: 

ବର୍ତ୍ତମାନଠାରୁ ମୁଁ ବିଜେପି ଏବଂ ଆରଏସଏସ ସହିତ ଅଛି: ଶିବସେନା କର୍ମୀଙ୍କ ଆକ୍ରମଣରେ ଆହତ ଅବସରପ୍ରାପ୍ତ ନୌସେନା ଅଧିକାରୀ

ଓଡ଼ିଶାରେ ଗୋଟେ ଦିନରେ ୩୬୪୫ କରୋନା ସଂକ୍ରମିତ ଚିହ୍ନଟ

Share this: