ଓଡ଼ିଶାରେ ପୁଣି ୩୨୬୭ କରୋନା ପଜିଟିଭ ଚିହ୍ନଟ,କେବଳ ଖୋର୍ଦ୍ଧାରୁ ୮୫୯ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ୩୨୬୭ କରୋନା (Covid-19 ) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine )ରୁ ୧୯୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts )ରୁ ୧୩୦୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯( Covid-19 ) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୮୫୯ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୯୭ ଜଣ, କଟକରୁ ୩୮୪ ଜଣ,କନ୍ଧମାଳ ଜିଲ୍ଲାରୁ ୨୭ଜଣ,କୋରାପୁଟରୁ ୮୩  ଜଣ, କେନ୍ଦ୍ରାପଡ଼ାରୁ ୫୧ ଜଣ, କେଉଁଝରରୁ ୧୦୭ ଜଣ ଓ କଳାହାଣ୍ଡିରୁ ୩୭ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୮୦ ଜଣ ,ସୁନ୍ଦରଗଡ଼ରୁ୧୨୭ ଜଣ ଓ ସୋନପୁର ଜିଲ୍ଲାରୁ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୨୩ ଜଣ, ଜଗତସିଂହପୁରରୁ  ୬୬ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୩୭ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୨୦ ଜଣ, ବାଲେଶ୍ଵରରୁ ୯ ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୪୩ ଜଣ ,ବୌଦ୍ଧରୁ ୪୪ ଜଣ ଏବଂ ଭଦ୍ରକରୁ ୧୩୮ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୧୮ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୨୩୫ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୭୦ ଜଣ ,ନବରଙ୍ଗପୁରରୁ ୮୫ ଜଣ ଓ ନୂଆପଡ଼ାରୁ ୪୦ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୧୮ ଜଣ,ଦେଓଗଡରୁ ୨୩ ଜଣ,ରାୟଗଡାରୁ ୧୬୯ ଜଣ, ଅନୁଗୋଳରୁ ୬୦ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୩୪ ଜଣ ଏବଂ ମାଲକାନଗିରିରୁ ୧୭ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୯ ଲକ୍ଷ ୯୭ ହଜାର ୩୪୫ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ଲକ୍ଷ ୧୬  ହଜାର ୬୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୭ ହଜାର ୩୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮ ହଜାର ୭୪୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

କେବଳ ୪ଟି ବ୍ୟାଙ୍କ ହେବ ସରକାରୀ, ଅନ୍ୟ ସବୁ ହେବ ଘରୋଇକରଣ!

ଭାରତରେ ପ୍ରତି ଏକ ମିନିଟ୍ ରେ ୫୮ ଜଣ ହେଉଛନ୍ତି କରୋନାରେ ଆକ୍ରାନ୍ତ

Share this: