ଓଡ଼ିଶାରେ ଆଜି ରେକର୍ଡ ୩୬୮୨ ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୯୪,୬୬୮ ହଜାର
ଭୁବନେଶ୍ଵର:ରାଜ୍ୟରେ ଆଜି ୩୬୮୨କରୋନା ପଜିଟିଭ୍ ( Corona Positive ) ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ୨,୨୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧,୪୪୧ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୭୫ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୧୭୪ ଜଣ, କଟକରୁ ୩୬୯ ଜଣ,କନ୍ଧମାଳ ଜିଲ୍ଲାରୁ ୩୬ଜଣ,କୋରାପୁଟରୁ ୧୪୦ ଜଣ, କେନ୍ଦ୍ରାପଡ଼ାରୁ୪୪ଜଣ,କେଉଁଝରରୁ ୫୯ଜଣ ଓ କଳାହାଣ୍ଡିରୁ୪୧ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୨୮ଜଣ ,ସୁନ୍ଦରଗଡ଼ରୁ ୨୭ ଜଣ ଓ ସୋନପୁର ଜିଲ୍ଲାରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୮୮ ଜଣ,ଜଗତସିଂହପୁରରୁ ୪୪ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୪୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୫୨ଜଣ, ବାଲେଶ୍ଵରରୁ ୮୭ ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୬୮ଜଣ ,ବୌଦ୍ଧ ଜିଲ୍ଲାରୁ ୧୪ ଜଣ ଏବଂ ଭଦ୍ରକରୁ ୫୧ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୪୮ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୧୫ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୧୦୯ ଜଣ ,ନବରଙ୍ଗପୁରରୁ ୩୮ଜଣ ଓ ନୂଆପଡ଼ାରୁ ୨୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୬୧ଜଣ,ଦେଓଗଡରୁ ୧୨ଜଣ ସଂକ୍ରମିତ ହୋଇଛନ୍ତି। ରାୟଗଡାରୁ ୪୯୫ ଜଣ, ଅନୁଗୋଳରୁ ୫୬ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୨୭୨ ଜଣ ଏବଂ ମାଲକାନଗିରିରୁ ୮୬ ଜଣ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୬ ଲକ୍ଷ ୧୨ ହଜାର ୯୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯୪ ହଜାର ୬୬୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୫ ହଜାର ୩୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮ ହଜାର ୮୩୬ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Also Read: